www.samajalive.in
Saturday, December 13, 2025
27.1 C
Bhubaneswar

ନୂଆ ନୁହେଁ କୋଲକାତା ଦୁଷ୍କର୍ମ ଘଟଣା, ୨୦୧୩ରେ ବି ଘଟିଥିଲା…

ଡେସ୍କ: ପଶ୍ଚିମବଙ୍ଗରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ ୨୦୧୩ ଜୁନ୍ ମାସରେ ପଶ୍ଚିମବଙ୍ଗର କାମଦୁନିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

କାମଦୁନି ମାମଲାର ତଦନ୍ତ ପଶ୍ଚିମବଙ୍ଗ ପୁଲିସର ଅପରାଧ ତଦନ୍ତ ବିଭାଗ (ସିଆଇଡି) କରିଥିଲା। ବର୍ତ୍ତମାନ କୋଲକାତାର ପୋଲିସ କମିଶନର ବିନୀତ ଗୋୟଲ ସେତେବେଳେ ସିଆଇଡିର ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ (ଆଇଜି) ଥିଲେ।

- Advertisement -

କଣ ଥିଲା କାମଦୁନି ଦୁଷ୍କର୍ମ ଓ ହତ୍ୟା ମାମଲା
(୧) ୨୦୧୩ ଜୁନ୍ ୭ ତାରିଖରେ କୋଲକାତା ନିକଟସ୍ଥ କାମଦୁନିରେ ଜଣେ ୨୦ ବର୍ଷୀୟ ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ ଘରକୁ ଏକୁଟିଆ ଫେରୁଥିଲେ। ତାଙ୍କୁ କିଛି ଅଜଣା ବ୍ୟକ୍ତି ଅପହରଣ କରି ଏକ ନିର୍ଜନ ଫାର୍ମକୁ ନେଇ ଯାଇଥିଲେ।
(୨) ପରଦିନ ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା, ଯେଉଁଥିରେ ତାଙ୍କ ଶରୀରର କିଛି ଅଂଶକୁ ବିଭତ୍ସ ଭାବେ ନଷ୍ଟ କରାଯାଇଥିବା ଜଣାପଡିଥିଲା।
(୩) ଏହି ଘଟଣାରେ ବିରୋଧର ସମ୍ମୁଖୀନ ହୋଇଥିବା ରାଜ୍ୟର ତୃଣମୂଳ କଂଗ୍ରେସ (ଟିଏମସି) ସରକାର ସିଆଇଡି ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
(୪) ସିଆଇଡିର ସ୍ୱତନ୍ତ୍ର ଆଇଜି ବିନୀତ ଗୋୟଲ ଇନ୍ସପେକ୍ଟର ଆନନ୍ଦମୟ ଚାଟାର୍ଜୀଙ୍କୁ ଏହି ମାମଲାର ତଦନ୍ତର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରଫିକୁଲ ଇସଲାମ ଓ ନୂର ଅଲ୍ଲୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଥିବା ବେଳେ ଗୋପାଳ ନସ୍କରଙ୍କ ବିଚାର ସମୟରେ ମୃତ୍ୟୁ ଘଟିଥିଲା।

ଜାନୁଆରୀ ୨୦୧୬ରେ ନିମ୍ନ ଅଦାଲତ ସୈଫୁଲ ଅଲ୍ଲୀ, ଅନସାର ଅଲ୍ଲୀ ଏବଂ ଅମିନ ଅଲ୍ଲୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ଶେଖ୍ ଇମାନୁଲ ଇସଲାମ, ଅମିନୁର ଇସଲାମ ଏବଂ ଭୋଲା ନସ୍କରଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

(୬) ଘଟଣାର ବିଚାରପତି ଏହି ଅପରାଧକୁ ‘ବିରଳ ଘଟଣା’ ବୋଲି ବର୍ଣ୍ଣନା କରିଥିଲେ।
(୭) ୨୦୨୩ ଅକ୍ଟୋବରରେ କଲିକତା ହାଇକୋର୍ଟ ସୈଫୁଲ ଓ ଅନ୍ସାରଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିବା ବେଳେ ଅମିନଙ୍କୁ ଦୋଷମୁକ୍ତ କରିଥିଲେ।
(୮) ଆଜୀବନ କାରାଦଣ୍ଡ ପାଇଥିବା ତିନି ଦୋଷୀ ଜେଲ୍ ଦଣ୍ଡ ସମାପ୍ତ କରି ମୁକ୍ତି ପାଇଥିଲେ।
(୯) ହାଇକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ନିମ୍ନ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେବାରେ ‘ଭୁଲ୍’ କରିଛନ୍ତି ଏବଂ କହିଥିଲେ ଯେ ଷଡ଼ଯନ୍ତ୍ର ପ୍ରମାଣିତ ହୋଇନଥିଲା।
(୧୦) ପଶ୍ଚିମବଙ୍ଗ ସରକାର ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories