www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ ଟ୍ରେନ୍ ଦୁର୍ଘଟଣା ; ଏଯାଏଁ ୫ ମୃତ,୨୫ ଆହତ..

ଦାର୍ଜିଲିଂ : ପଶ୍ଚିମବଙ୍ଗ ଦାର୍ଜିଲିଂରେ ସୋମବାର ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଦୁର୍ଘଟଣା ଘଟିଛି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ କୋଲକାତା ଯାଉଥିଲା।

ସୂଚନାନୁଯାୟୀ, ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ସୋମବାର ସକାଳେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୯ଟାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ। ଦୁର୍ଘଟଣା ଫଳରେ ଏକ୍ସପ୍ରେସ ଟ୍ରେନର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି। ବଗିଗୁଡ଼ିକ ଟ୍ରାକରୁ ବାହାରି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ମାଲବାହୀ ଟ୍ରେନର ଏକାଧିକ ବଗି ଟ୍ରାକରୁ ବାହାରି ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଲଦା ଅଭିମୁଖେ ଯାତ୍ରା କରୁଥିଲା। ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ଏକ୍ସପ୍ରେସ ଟ୍ରେନ ଅଟକିଥିବା ବେଳେ ପଛପଟୁ ଆସୁଥିବା ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇ ପଡ଼ିଥିଲା। ୩ଟି ବଗି ବହୁ କ୍ଷତିଗ୍ରସ୍ତ ହୋଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ନେଇ ସୂଚାନ ଦେବା ସହିତ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। ଏହା ସହିତ ଜିଲାପାଳ, ଏସପି ଏବଂ ଆମ୍ବୁଲାନ୍ସ ସହିତ ଡାକ୍ତରୀଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories