www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଦେବେ ବିଜୁଳି ବିଲ୍‌‌: ୭୫ବର୍ଷର ଭିଆଇପି ପରମ୍ପରା ଶେଷ

ଆସାମ: ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଫଳରେ ରାଜ୍ୟରେ ଶେଷ ହେବାକୁ ଯାଉଛି ଭିଆଇପି ପରମ୍ପରା। ଏଣିକି ଜନସାଧାରଣଙ୍କ ଟଙ୍କା ନୁହେଁ ବରଂ ନିଜ ପକେଟରୁ ବିଜୁଳି ବିଲ ଭରିବେ ଭିଆଇପି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀମାନେ ଏଥର ବିଜୁଳି ବିଲ୍‌‌ ଭରିବେ। ଦୀର୍ଘ ୭୫ବର୍ଷ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟମନ୍ତ୍ରୀ, ବଡ ବଡ ସରକାରୀ ଅଧିକାରୀ ମାନଙ୍କର ବିଜୁଳି ବିଲ୍‌‌ ସରକାରୀ ବଜେଟରୁ ଖର୍ଚ୍ଚ କରାଯାଉଥିଲା। ଯାହା ଜନସାଧାରଣଙ୍କ ଟଙ୍କା। ଏଣିକି ଏହି ପ୍ରଥା ବନ୍ଦ ହେବାକୁ ଯାଉଛି। ଜୁଲାଇ ୧ଠାରୁ ଏହି ବ୍ୟବସ୍ଥା ଉଚ୍ଛେଦ ହେବାକୁ ଯାଉଥିବାର ବେଳେ ମୁଖ୍ୟମନ୍ତ୍ରୀ ନିଜେ ଏବଂ ମୁଖ୍ୟ ଶାସନ ସଚିବ ନିଜ ଟଙ୍କାରେ ବିଜୁଳି ବିଲ୍‌‌ ଭରଣ କରିବେ। ବର୍ତ୍ତମାନ ଏହି ପ୍ରଥା ବନ୍ଦ ହେବାକୁ ଯାଉଥିବା ବେଳେ ତୁରନ୍ତ ଭିଆଇପି ମାନେ ନିଜ ନିଜ ବିଜୁଳି ବିଲ୍‌‌ ଭରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ଦ ବିଶ୍ୱଶର୍ମା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories