www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷା ଆସିଲେ ପଟ୍ଟାଙ୍ଗିକୁ ଭୂସ୍ଖଳନ ଭୟ

ପଟ୍ଟାଙ୍ଗି : ଆନ୍ଧ୍ର ଓଡ଼ିଶା ସିମାନ୍ତ ପାହାଡ ପର୍ବତ ଘେରରେ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ରହିଛି। ବର୍ଷା ଦିନ ଆସିଲେ ଏହି ଅଞ୍ଚଳରେ ଭୂସ୍ଖଳନ ଭୟ ଘାରିଥାଏ। ବ୍ଳକର ଚାରି ପାଖରେ ରହିଥିବା ଗ୍ରାମାଞ୍ଚଳ ଓ ଜାତୀୟ ରାଜପଥ ରାସ୍ତା କଡ଼ରେ ମାଟି ଅତଡା ଖସି ରାସ୍ତା ଉପରକୁ ବୃହତକାୟ ପଥର ଏବଂ ମାଟି ଖସି ଆସୁଥିବାରୁ ବହୁ ସମୟରେ ରାସ୍ତା ଅବରୋଧ ହୋଇଥାଏ। ଏହାକୁ ହଟାଇବା ପାଇଁ ସମୟ ଲାଗିଥାଏ ଫଳରେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍, କାର, ଟ୍ରକ୍, ବଡ଼ ବଡ଼ ଟ୍ରେଲର ଆଦି ଅଟକି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆନ୍ଧ୍ର ଓଡ଼ିଶା ଏବଂ ଛତିଶଗଡ଼ ତିନୋଟି ରାଜ୍ୟକୁ ୨୬ ନଂ ଜାତୀୟ ରାଜପଥ ସଂଯୋଗ କରୁଥିବା ହେତୁ ସାଲୁର, ସୁଙ୍କି ଏବଂ ଜୟପୁର ଯାଏଁ ଯେଉଁଠି ମାଟି ଅତଡା ଖସିଲେ ଏହି ସମସ୍ୟାର ସମୁଖୀନ ହେବାକୁ ପଥଚାରୀଙ୍କୁ ପଡ଼ିଥାଏ। ବଡ଼ ବଡ଼ ପାହାଡ, ପାହାଡ ମଝିରେ ଗାଁ। ଆନ୍ଧ୍ର ପ୍ରଦେଶରୁ ଛତିଶଗଡ଼ ପର୍ୟ୍ୟନ୍ତ ପଟ୍ଟାଙ୍ଗି ବ୍ଲକରେ ଦୁଇଟି ବଡ଼ ବଡ଼ ଘାଟି ରହିଥିବା ବେଳେ କୋରାପୁଟରୁ ଜୟପୁର ମଝିରେ ରହିଛି ଏକ ବଡ଼ ଘାଟି। ବଡ଼ ବଡ଼ ପାହାଡ କାଟି ନିର୍ମାଣ କରାଯାଇଛି ଘାଟି ରାସ୍ତା। ଏହି ରାସ୍ତା କୋରାପୁଟ ଜିଲ୍ଲାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ, ମାଲକାନଗିରି ନବରଙ୍ଗପୁର , କଳାହାଣ୍ଡି ଜିଲ୍ଲା ଭବାନିପାଟଣାକୁ ଯୋଡୁଥିବା ବେଳେ ବେଳେ ବଡ ବିପର୍ୟୟର କାରଣ ସାଜୁଛି। ପ୍ରତିବର୍ଷ ବଡ ବର୍ଷା ଆସିଥିଲେ ପଟ୍ଟାଙ୍ଗିକୁ ଘାରୁଛି ଭୂସ୍ଖଳନର ଭୟ। ଖାଲି ଜାତୀୟ ରାଜପଥ ନୁହେଁ ପଟ୍ଟାଙ୍ଗି ଠାରୁ ଗାଲିଗାବଡ଼ର, କୁନ୍ଦୁଲି ହାଟପଦା ଠାରୁ କୋଟିଆ, କୋଟିଆ ରୁ ମାଡ଼କାର ଓ ଫାଟୁସିନେରୀ ପର୍ୟ୍ୟନ୍ତ ରହିଛି ସମାନ ସ୍ଥିତି।

ଆନ୍ଧ୍ରରୁ ଶୁଙ୍କି ଦେଇ କୋଟପାଡର ସୁରଲିକୁ ଲମ୍ବିଛି ୨୬ ନମ୍ବର ଜାତୀୟ ରାଜପଥ। ରାୟପୁରଠାରୁ ବିଶାଖାପଟଣା ଯାଉଥିବା ଜାତୀୟ ରାଜପଥ ୨୬ ଦେଇ ଯେତେବେଳେ କୋରାପୁଟରୁ ଆନ୍ଧ୍ର ପ୍ରଦେଶ ଯିବେ ସୀମାନ୍ତ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ରହିଛି ଏହି ‘ସୁଙ୍କି ଘାଟି’। ସୁଙ୍କି ପରେ ପଡେ ସାଲୁର ଘାଟି। ଏହି ଘାଟି ସର୍ପିଳ, ବିପଦ ଜନକ, ୟୁଟ୍ରର୍ଣ୍ଣ, ସାର୍ପ ବ୍ଲାଇଣ୍ଡ କର୍ଭ ଭଳି ବିପଦଜନକ ସଙ୍କେକତ ମଧ୍ୟରେ ଘାଟି ଆରମ୍ଭ ହୋଇ ଶେଷ ହୋଇଥାଏ। ସେହିପରି ବର୍ଷା ଦିନ ଆସିଲେ ଘାଟିକୁ ନେଇ ଚୀନ୍ତିତ ଥାନ୍ତି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ। ହୁଡ଼ ହୁଡ଼,ଫାଇଲିନ ପରି ବାତ୍ୟା ସମୟରେ ଘାଟିରେ ଭୁସ୍ଖଳନ ସାଙ୍ଗକୁ ବଡ଼ ବଡ଼ ପଥର ଖସି ଦିନେ ଦୁଇଦିନ ଧରି ଅବରୋଧ ହୋଇ ପଡ଼ୁଥିଲା ଏହି ରାସ୍ତା। ଏହି ଘାଟି ହେଉଛି ବ୍ରିଟିଶ ଶାସନ ଠାରୁ ପୁରୁଣା। । ଏହି ଘାଟିରେ ବାତ୍ୟା ଗୁଲାବ ପ୍ରଭାବରେ ଶୁଙ୍କି ଘାଟିରେ ୨୦୦ ମିଟର ଭୂସ୍ଖଳନ ହେବାରୁ ପ୍ରାୟ ୮ ଦିନ ବନ୍ଦ ରହିଥିଲା ରାଜରାସ୍ତା। ୯ଦିନର ଅକ୍ଳାନ୍ତ ପରିଶ୍ରମ ପରେ ରାସ୍ତାରୁ ସିନା ଅବରୋଧକୁ ହଟାଇ ଦିଆଯାଇଥିଲା କିନ୍ତୁ ଏବେ ବି ବର୍ଷା ହେଲେ ଏହି ରାସ୍ତା ଉପରକୁ ଖସେ ପଥର। ଖାଲି ସେତିକି ନୁହେଁ ବର୍ଷା ହେଲେ ଜିଲ୍ଲା ପ୍ରଶାସନକୁ ନାକେ ଦମ୍‌ ହେବାକୁ ପଡେ।

- Advertisement -

ତେବେ ଦୁଇ ବର୍ଷ ହେଲା ଶୁଙ୍କି ଘାଟିରୁ ପଥ ଖସୁନି ଓ ମାଟିପଥର ମିଶା ଭୂସ୍ଖଳନ ହେଉନି। ଏହାର କାରଣ ହେଉଛି ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କତ୍ତୃପକ୍ଷ ଏହି ରାସ୍ତାକୁ ‘ଗୁଲାବ’ବାତ୍ୟା ପରେ ବହୁତ ପରିବର୍ତ୍ତନ କରିଥିଲେ। ପ୍ରାୟ ୩୨ ଲକ୍ଷ ଟଙ୍କା ବିନିମୟରେ ଏହାର ମରାମତି କରାଯାଇଥିବା ଜଣାପଡିଛି। ସେହିପରି ପଟ୍ଟାଙ୍ଗି ବ୍ଲକର ସବୁଠାରୁ ଉଚ୍ଚରେ ରହିଛି ଗାଲିଗାବଡ଼ର ଗ୍ରାମ। ବାତ୍ୟା କିମ୍ବା ବର୍ଷା ଦିନେ ବହୁତ ଅସୁବିଧା ଭୋଗ କରନ୍ତିଏହି ଗ୍ରାମବାସୀ । ରାସ୍ତାରେ ମାଟିଆତଡା ଖସି ରାସ୍ତା ଅବରୋଧ ହେବା ସହିତ ପବନ ବର୍ଷାର ଅଧିକ ପ୍ରଭାବ ପଡେ ଏହି ଗାଁ ଉପରେ କାହିଁକି ନା ଗାଁଟି ବହୁ ଉଚ୍ଚରେ ରହିଛି। ତେଣୁ ଆଗାମୀ ବର୍ଷା ଦିନ ପାଇଁ ବ୍ଲକ ପ୍ରଶାସନ ସଜାଗ ରହିବା ସହ ପଥର ଯେପରି ନ ଖସେ ଓ ଭୂସ୍ଖଳନ ହୋଇ ରାସ୍ତା ଯେପରି ଅବରୋଧ ନ ହୁଏ ସେଥି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories