ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଉପରେ ସ୍ଥଗିତାଦେଶ

0

କଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଉପରେ ରାଜ୍ୟ ହାଇକୋର୍ଟ ଗୁରୁବାର ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି। ଏଥିସହିତ ନିର୍ବାଚନ ସ୍ଥିତି ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କଠାରୁ ସୋମବାର ସୁଦ୍ଧା ରିପୋର୍ଟ ଆହ୍ୱାନ କରିଛନ୍ତି। ମାମଲାର ଭୁଲ ଅବତାରଣା ପାଇଁ ବିଜେପିକୁ ୫ଲକ୍ଷ ଟଙ୍କା ଜରିମାନା ଦାବି କରିଛନ୍ତି। ମନୋନୟନ ପତ୍ର ଦାଖଲ ଗୋଟିଏ ଦିନ ଘୁଞ୍ଚାଇବା ସଂକ୍ରାନ୍ତ ନିର୍ବାଚନ ଆୟୋଗ ଗତ ୯ତାରିଖ ବିଜ୍ଞପ୍ତିକୁ ପ୍ରତ୍ୟାହାର ବିରୋଧରେ ଆଗତ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେବା ସହ ମାମଲାର ଶୁଣାଣିକୁ ଆସନ୍ତା ୧୬ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ପ୍ରସଙ୍ଗ ନେଇ ବିଜେପି ସୁପ୍ରିମ କୋର୍ଟଠାରୁ ହାଇକୋର୍ଟ ଯାଏ ଦୌଡ଼ୁଛି ବୋଲି ବିଚାରପତି ସମାଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମନୋନୟନ ପତ୍ର ଦାଖଲ ତାରିଖ ଘୁଞ୍ଚାଇବା ନେଇ ବିଜେପି, କଂଗ୍ରେସ ଓ ସିପିଆଇ-ଏମ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply