କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ବ୍ୟସ୍ତତା ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ପାରିବାରିକ ଅଶାନ୍ତି ଦେଖାଦେବ। ଅତୀତର କର୍ମକୁ ନେଇ ଅନୁଶୋଚନା କରିବେ। ଶୁକ୍ରବାର ଓ ଶନିବାର ମଧ୍ୟମ ଙଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତି ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଆୟ ଅନୁସାରେ ବ୍ୟୟ ଅଧିକ ହେବ। ମାନସିକ ଅବସାଦନ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ ଲାଭ ହେବ। ପରିଭ୍ରମଣ ଯୋଗ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରତିଷ୍ଠିତ ହେବେ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ସଫଳତା ଲାଭ ହେବ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ଅର୍ଥଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। ଆଘାତ ଲାଗିପାରେ। ଅପମାନିତ ହେବେ। ବ୍ୟବସାୟରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତି ହେବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।

କର୍କଟ:ରବିବାର ଓ ସୋମବାର ବ୍ୟସ୍ତତା ମଧ୍ୟରେ ସମୟ କଟିବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ସ୍ବାବଲମ୍ବୀ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ତତ୍‌ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହୀ ତନ୍ନୋ ଶିବ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ।   ବନ୍ଧୁ ବାନ୍ଧବଙ୍କ ସହ ସମୟ କଟିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବ୍ୟବସାୟରେ ବିଫଳତା ଦେଖାଦେବ। ପଡ଼ୋଶୀଙ୍କ ସହ କଳହ ଦେଖାଦେବ। ଶୁକ୍ରବାର ଓ ଶନିବାର ସମୟ ଆପଣଙ୍କ ସପକ୍ଷରେ ଯିବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ଆର୍ଥିକ ଆୟ ବୃଦ୍ଧି ହେବ। ସମସ୍ୟାର ସମାଧାନ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମରେ ଆନନ୍ଦ ଲାଭ ହେବ। କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟା ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ବ୍ୟବସାୟରେ ଲାଭବାନ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେବେ। ମାଲିମକଦ୍ଦମାରେ ପଡ଼ିପାରନ୍ତି। ଶତ୍ରୁଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର ପ୍ରଗତିରେ ପଥରୋଧ ହେବ। ଭାତ୍ରୁ ବିବାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ସହସ୍ରନାମ ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବ। ଆଧ୍ୟାତ୍ମିକ ଚିନ୍ତାଧାରାଯୁକ୍ତ ହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ସଫଳତା ମିଳିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର କର୍ମକୁଶଳୀ ହେବେ। ଉପରିସ୍ଥ କର୍ମୀଙ୍କ ଦ୍ବାରା ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଜଗିରଖି ଚଳିବେ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ନୂତନ ଯାନବାହନ କ୍ରୟ କରିବେ। ଶୁକ୍ରବାର ଓ ଶନିବାର ଅଯଥା ବିବାଦରେ ପଡ଼ିବେ। ଋଣଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗାତାଣ୍ଡବ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେଇପାରେ। ପାରିବାରିକ ଅଶାନ୍ତି ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତି ହେବ। ଯଶ,ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ କାଳୀଙ୍କ ସ୍ତୋତ୍ର ପାଠ କରନ୍ତୁ।

କୁମ୍ଭ:ରବିବାର ଓ ସୋମବାର ବନ୍ଧୁଙ୍କ ଆଗମନ ହୋଇପାରେ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟ ପରିସର ବୃଦ୍ଧି ହେବ। ନୂତନ ନିଯୁକ୍ତି ପାଇପାରନ୍ତି। ଶୁକ୍ରବାର ଓ ଶନିବାର ପରିଶ୍ରମ ଜନିତ କ୍ଲାନ୍ତି ଅନୁଭୂତ ହେବ। ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିଭାର ବିକାଶ ଘଟିବ। ସାମାଜିକ ପ୍ରତିଷ୍ଠା ପାଇବେ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସାବଧାନତା ଅବଲମ୍ବନ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗାଷ୍ଟକ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

Comments are closed.