www.samajalive.in
Saturday, December 6, 2025
17.1 C
Bhubaneswar

୩୮ ଡିଗ୍ରୀ ଟପିଲା ପାରଦ, ୩ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର: କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ତାତି ଅନୁଭୂତ ହେଉଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ରିପୋର୍ଟ ମୂତାବକ ଚଳିତବର୍ଷ ପ୍ରଥମଥର ପାଇଁ ମଙ୍ଗଳବାର ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି। ମଙ୍ଗଳବାର ଗଜପତି ଜିଲ୍ଲାର ପାରଳାଖେମୁଣ୍ହିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଅପରାହ୍ନରେ ଭୁବନେଶ୍ବର ସମେତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା । ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହରୁ ସାଂଘାତିକ ତାତି ଅନୁଭୂତ ହୋଇପାରେ। ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହୋଇପାରେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories