www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଚଣ୍ଡ ଖରା, କାଁ ଭାଁ ବର୍ଷା

ଭୁବନେଶ୍ବର : ମୌସୁମି ଦୁର୍ବଳ ସ୍ଥିତିରେ ଥିବାବେଳେ ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଅଞ୍ଚଳରେ ବର୍ଷା ପ୍ରଭାବ କମିଥିବାରୁ ଚାଷ କାର୍ଯ୍ୟରେ ସମସ୍ୟା ଦେଖାଦେଲାଣି। ଆସନ୍ତା ଦୁଇ ଦିନ ଅଳ୍ପ କିଛି ଅଞ୍ଚଳରେ କାଁ ଭାଁ ବର୍ଷାର ସମ୍ଭାବନା ଥିବାବେଳେ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବ। ପରବର୍ତ୍ତୀ ଦୁଇ ଦିନରେ ବର୍ଷାର ସମ୍ଭାବନା ନାହିଁ। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦେଶର ସବୁ ଅଞ୍ଚଳକୁ ଛୁଇଁଛି। ତେବେ ଓଡ଼ିଶାରେ ଏବେ ମୌସୁମି ଦୁର୍ବଳ ରହିଛି। ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟର ସାମାନ୍ୟ ପ୍ରଭାବ ଓଡ଼ିଶା ଉପରେ ରହିଛି। ଏଥିଯୋଗୁଁ ଗତ ୨୪ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ୭୨ମିମି ବର୍ଷା ହୋଇଛି। ହୀରାକୁଦ, କୋରାପୁଟ ଓ ଫୁଲବାଣୀରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇଛି। ବୌଦ୍ଧ, ସୁନ୍ଦରଗଡ଼କୁ ବାଦଦେଲେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାର ଦେଖାନାହିଁ। ଆଜି ସନ୍ଧ୍ୟାରେ ଭୁବନେଶ୍ବରର କିଛି ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।

ଆଜି ଉତ୍ତର ଓଡ଼ିଶା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଅନ୍ୟ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବି​‌ଶେ‌ଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ବା​‌​‌ଲେଶ୍ବର ଜିଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବ। ସେହିପରି ୨୮ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଓ ନୂଆପଡ଼ାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories