www.samajalive.in
Friday, December 5, 2025
26.1 C
Bhubaneswar

ଝାଡ଼ଖଣ୍ଡମୁହାଁ ଲଘୁଚାପ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଛି। ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ଅତି ପ୍ରବଳ ବର୍ଷିଛି। ସୁନ୍ଦରଗଡ଼, ସମ୍ବଲପୁର ଏବଂ ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କେନ୍ଦୁଝର ଜିଲାର ଯୋଡ଼ାରେ ସର୍ବାଧିକ ୧୩୦.୨ମି.ମି. ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲାର ତିରିଂରେ ୧୨୧ମି.ମି. ଏବଂ କେନ୍ଦୁଝର ଜିଲାର ବାଂଶପାଳରେ ୯୮.୨ମି.ମି. ବର୍ଷା ହୋଇଛି। ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡକୁ ଗତି କରିବ। ଏହାର ପ୍ରଭାବରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ। ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୋଳ ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ପାଇଁ
ପାଣିପାଗ ବିଭାଗ ସତର୍କ କରିଥିବାରୁ ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବା ପାଇଁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବୁଧବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ରାଉରକେଲାରେ ୨୭.୮ମି.ମି.ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୨୫.୯, ତାଳଚେର ୧୨.୬, ହୀରାକୁଦ ୧୩.୨, ସମ୍ବଲପୁର ୧୨.୩, ଢେଙ୍କାନାଳ ୧୫.୨, ଝାରସୁଗୁଡ଼ା ୧୦.୮, ବାଲେଶ୍ବର ୧୧.୬, ଅନୁଗୋଳ ୧୦, କଟକ ୩.୨ ଏବଂ ଭୁବନେଶ୍ବରରେ ୦.୫ମି.ମି. ବର୍ଷା ହୋଇଛି। ମୌସୁମି ସକ୍ରିୟ ଥିବାରୁ ୩ ଦିନରେ ୨୯% ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଜୁନ ୧୫ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୪୨.୯ମି.ମି.ବର୍ଷା ହୋଇଥାଏ। ଚଳିତବର୍ଷ ୪୨% ନିଅଣ୍ଟିଆ ଥିଲା। ଲଘୁଚାପ ପ୍ରଭାବରୁ ୩ଦିନରେ ୨୯%ନିଅଣ୍ଟିଆ ବର୍ଷା ଭରଣା ହୋଇ ପାରିଛି। ଜୁନ ୧୮ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୮୬.୬ମି.ମି. ହେବା କଥା; ହେଲେ ୧୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ଜିଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories