ଜେରୁଜେଲମ: ଇରାନ ସେନା ପକ୍ଷରୁ ବୁଧବାର ଇସ୍ରାଏଲ ଉପରକୁ ଅତ୍ୟାଧୁନିକ ଫତାହ୍-୧ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ କରାଯାଇଛି। ଇରାନ ପକ୍ଷରୁ ଇସ୍ରାଏଲ ବିରୋଧୀ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ‘ଅନେଷ୍ଟ ପ୍ରମିଜ୍-୩’ ଆଖ୍ୟା ଦିଆଯାଇଛି। ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନଥିଲେ ସୁଦ୍ଧା ଇସ୍ରାଏଲର ପ୍ରଭୂତ କ୍ଷତି ଘଟିଛି ବୋଲି ଇରାନ ସେନା ଦାବି କରିଛି। ବୁଧବାର ସକାଳେ ଇସ୍ରାଏଲର ଲଢୁଆ ବିମାନଗୁଡିକ ଇରାନର ରାଜଧାନୀ ତେହେରାନର ପୀରୋଜି, ସାବାଲାନ୍ ଓ ସାୟାଦ ଅଞ୍ଚଳ ଉପରେ ପ୍ରଚଣ୍ଡ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନରୁ ସାଧାରଣ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। ବିଶ୍ବର ପ୍ରାୟ ସମସ୍ତ ଏୟାରଲାଇନ୍ସ ବର୍ତ୍ତମାନ ଇରାନ ଆକାଶସୀମାକୁ ଏଡାଇବାକୁ ବାଧ୍ୟ ହେଉଛନ୍ତି।



