www.samajalive.in
Sunday, December 7, 2025
26.1 C
Bhubaneswar

ଖସୁଛି ପାରଦ, ଆସୁଛି ଶୀତ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଆକାଶ ନିର୍ମଳ ରହିବା ସହିତ ପାଗ ଶୁଖିଲା ରହିଛି। ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ସାରା ରାଜ୍ୟରେ ତାପମାତ୍ରାରେ ଏବେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। କିନ୍ତୁ ଆସନ୍ତା ୨ରୁ ୩ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଛଡ଼ା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ପହିଲାରୁ ଉତ୍ତର ଓଡ଼ିଶା ଉପକୂଳ ଓ ମୟୂରଭଞ୍ଜ ଏବଂ ୨ତାରିଖରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଓ କନ୍ଧମାଳର କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ସର୍ବାଧକ ତାପମାତ୍ରା ୩୫ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ସୋନପୁରରେ ୧୩.୪ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନୁଗୋଳରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୩ରୁ ୧୪ ଡ଼ିଗ୍ରୀ ମଧ୍ୟରେ ରହିଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଚଳିତବର୍ଷ ଅଧିକ ଶୀତର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହଠାରୁ ରାଜ୍ୟରେ ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢ଼ିବ। ଲା ନିନା ପ୍ରଭାବରୁ ବାୟୁମଣ୍ଡଳ ଉତ୍ତପ୍ତ ରହିବା ସହିତ ଉତ୍ତର-ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିଲା। ଆଗକୁ ଲା ନିନା ଦୁର୍ବଳ ହେବା ପରେ ଉତ୍ତର ଭାରତରୁ ଥଣ୍ଡା ପବନ ପ୍ରବାହ ବଢ଼ିବା ସହିତ ଶୀତ ଲହରୀ ଲାଗିରହିବ ବୋଲି ଆକଳନ କରାଯାଇଛି। ବି​‌େ​‌ଶଷ କରି ଉତ୍ତରା ପବନ ପ୍ରବାହରେ ଜାମ୍ମୁ କାଶ୍ମୀରଠାରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାନା, ରାଜସ୍ଥାନ, ଉତ୍ତରପ୍ରଦେଶରେ ଅଧିକ ଥଣ୍ଡା ଅନୁଭୂତ ହେବ। ଏଥିସହିତ ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ତେଲଙ୍ଗାନାରେ ବି ଅଧିକ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଲାଗିରହିପାରେ।
ପାଣିପାଗ ବି​‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ‘ମୋଲାଭୋ’ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏବେ ମିଅଁାମାର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୩୧ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ। ନଭେମ୍ବର ପହିଲାରେ ଏହା ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଗତି କରିବ। ୨ରେ ବଙ୍ଗୋପସାଗରରେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଲଘୁଚାପ କ୍ଷେତ୍ର ରହିବ। ଏହାର ପ୍ରଭାବରେ ୨ରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମେଘୁଆ ରହିବା ସହିତ ୩ରେ ଭୁବନେଶ୍ବର ସମେତ ଉପକୂଳ ଜିଲାଗୁଡ଼ିକରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି।

ଶୁକ୍ରବାରଠାରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ତାରିଖ ପର୍ଯ୍ୟନ୍ତ ୨ରୁ ୩ଡ଼ିଗ୍ରୀ ବଢ଼ିବା ସହିତ ଆଭ୍ୟନ୍ତରୀଣ ଦକ୍ଷିଣରେ ଅପରିବର୍ତ୍ତିତ ରହିବ। ୪ତାରିଖରୁ ସର୍ବନିମ୍ନ ତାପମାତ୍ରା କମିବା ସହିତ ଶୀତ ବଢ଼ିବ।।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories