www.samajalive.in
Saturday, December 6, 2025
15.1 C
Bhubaneswar

ପହିଲାରୁ ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ଏବେ ପାଗ ଶୁଖିଲା ଥିବାବେଳେ ଆସନ୍ତା ୩ ଦିନ ପରେ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃଆରୀ ପ୍ରାରମ୍ଭରେ ଦିନରେ ପାରଦ ବୃଦ୍ଧି ପାଇଥିଲା। ଏପରିକି ବହୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଗତ ସପ୍ତାହେ ହେଲା ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଯୋଗୁଁ ପାରଦ ହ୍ରାସ ପାଇଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ଏହାପରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସବୁଠୁ କମ୍ ୧୧.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଛି। ଫୁଲବାଣୀରେ ୧୨, ଝାରସୁଗୁଡ଼ାରେ ୧୪, ସେମିଳିଗୁଡ଼ା ଓ ରାଉରକେଲାରେ ୧୪.୧ ଡିଗ୍ରୀ ଲେଖାଏଁ, ଭୁବନେଶ୍ବରରେ ୨୧.୯ ଏବଂ କଟକରେ ୨୧.୫ ଡିଗ୍ରୀ ରହିଛି। ମଙ୍ଗଳବାର ତିନିଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିଲା। ସବୁଠୁ ଅଧିକ ଦିନ ତାପମାତ୍ରା ବୌଦ୍ଧରେ ୩୬.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା। ପାରଳାଖେମୁଣ୍ଡି ଓ ସମ୍ବଲପୁରରେ ୩୫ ଡିଗ୍ରୀ ଲେଖାଏଁ, ଭୁବନେଶ୍ବରରେ ୩୩.୪ ଏବଂ କଟକରେ ୩୧.୨ ଡିଗ୍ରୀ ଦିନ ତାପମାତ୍ରା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories