ଆଜି ଉପକୂଳ ଓଡିଶାରେ ତାପମାତ୍ରା ବୃଦ୍ଧି ସମ୍ଭାବନା
ଭୁବନେଶ୍ୱର : ପହିଲି ରଜରେ ପାଗରେ ପରିବର୍ତ୍ତନ ସହ ୨ ଦିନ ହେବ ଖରାର ତାତି ଖୁବ୍ କମ୍ ଥିଲା। ମାତ୍ର ଉପକୂଳ ଓଡିଶାରେ ଆଜି ତାପମାତ୍ରା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି। ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ସକ୍ରିୟ ରହିଛି। ଫଳରେ ଗତ ୨ ଦିନ ତୁଳନାରେ ଅଧିକ ସକ୍ରିୟ ଥିବାରୁ ତାପମାତ୍ରାର ବୃଦ୍ଧି ସମ୍ଭାବନା ରହିଛି। ବାହାରକୁ ଗଲେ ଆବଶ୍ୟକ ପଦକ୍ଷେପ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ସମ୍ଭାବନା
ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣକରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଗ୍ରହଣ କରନ୍ତୁ
— Meteorological Centre, Bhubaneswar (@mcbbsr) June 15, 2023
Comments are closed.