ସମାଜ ଡିଜିଟାଲ ଡେସ୍କ: ଦେଶବ୍ୟାପୀ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରୋଗୀ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଶନିବାର ସୁଦ୍ଧାରେ ଦେଶରେ ମୋଟ ୩୩୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କ ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି। କର୍ଣ୍ଣାଟକରେ ୨୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେଣୁ ସରକାର ବିଳମ୍ବ ନ କରି ଏହାର ମୁକାବିଲା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
ସରକାର ନିର୍ଦେଶାବଳୀ ଜାରି କରି କହିଛନ୍ତି ଯେ, ଜନଗହଳି ଅଞ୍ଚଳରେ ଲୋକମାନେ ମାସ୍କ ପିନ୍ଧନ୍ତୁ। ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହିତ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦିଅନ୍ତୁ।



