www.samajalive.in
Sunday, December 14, 2025
17.1 C
Bhubaneswar

କ୍ରିକେଟ୍‌ ବିଶ୍ବକପ୍‌ : କେଦାର ଯାଦବ ଫିଟ୍‌ ଘୋଷିତ

ମୁମ୍ବଇ  : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମଧ୍ୟଭାଗ ବ୍ୟାଟସମ୍ୟାନ୍ କେଦାର ଯାଦବ। ତେବେ କିଛିଦିନ ତଳେ ଚେନ୍ନଇ ସୁପର କିଙ୍ଗ୍‌ସ ତରଫରୁ ଆଇପିଏଲ୍‌ରେ ଖେଳୁଥିବା ବେଳେ ୩୪ ବର୍ଷୀୟ କେଦାରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ସେ ବିଶ୍ବକପ୍‌ରେ ଖେଳିପାରିବେ କି ନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ କେଦାର ଯାଦବ ଫିଟ୍‌ ଘୋଷିତ ହୋଇଛନ୍ତି ଏବଂ ଭାରତୀୟ ଦଳ ସହ ଆସନ୍ତା ୨୨ରେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
କାନ୍ଧରେ ଆଘାତ ଲାଗିବା ପରେ ଭାରତୀୟ ଦଳର ଫିଜିଓ ପାଟ୍ରିକ୍‌ ଫାରହାତଙ୍କ ତତ୍ତ୍ବାବଧାନରେ କେଦାର ଚିକିତ୍ସିତ ହେଉଥିଲେ। ପାଟ୍ରିକ୍‌ କେଦାରଙ୍କ କେତେକ ଫିଟନେସ୍‌ ପରୀକ୍ଷା କରିବା ପରେ ନିଜ ରିପୋର୍ଟ ବିସିସିଆଇକୁ ପ୍ରଦାନ କରିଥିଲେ। ରିପୋର୍ଟରେ କେଦାରଙ୍କୁ ସଂପୂର୍ଣ୍ଣ ଭାବେ ଫିଟ୍‌ ଥିବା ଦର୍ଶାଇଛନ୍ତି ପାଟ୍ରିକ୍‌। ସୂଚନାଥାଉକି କେଦାର ବର୍ତ୍ତମାନ ସୁଦ୍ଧା ୫୯ଟି ଦିନିକିଆ ମ୍ୟାଚ୍‌ ଖେଳି ୧୧୭୪ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ତାଙ୍କର ଷ୍ଟ୍ରାଇକ ହାର ୧୦୨.୫୦। ବିଶ୍ବକପ୍‌ରେ ଭାରତୀୟ ଦଳର ମଧ୍ୟଭାଗ ବ୍ୟାଟିଂରେ କେଦାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। ଏଥିସହ କେଦାର ଜଣେ ସ୍ପିନର ଭାବେ ୨୭ଟି ୱିକେଟ୍‌ ହାସଲ କରିଥିବାରୁ ବିଶ୍ବକପ୍‌ରେ ଆବଶ୍ୟକ ବେଳେ ବୋଲିଂ କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories