କୋଲକାତା : ପଶ୍ଚିମବଙ୍ଗ ପୁରୁଲିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତକାଲି ପୁରୁଲିଆ ଟାଟା ଜାତୀୟ ରାଜପଥ ନାମସୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ କାର୍ କିଛି ଯାତ୍ରୀଙ୍କୁ ନେଇ କାର୍ଟି ପୁରୁଲିଆ ଝାଡଖଣ୍ଡ ଅଭିମୁଖେ ଯାଉଥିଲା। ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାରଟିକୁ ଧକ୍କା ଦେଇଥିଲା। ୯ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



