www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ ; ନିଜ ୩ ବର୍ଷ ଶିଶୁର ଜୀବନ ରକ୍ଷା ପାଇଁ ୮ ମହଲା ଝରକାରେ ଲଟକି ରହିଲେ ବାପା, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରା୍‌ଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ଏହାସହ କିଛି ଭିଡିଓରେ ବ୍ୟକ୍ତି ବିଶେଷଙ୍କ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ସହଜରେ ବିଶ୍ୱାସ କରି ହୋଇନଥାଏ । କୁହାଯାଏ, ଜଣେ ବାପା ନିଜ ଶିଶୁ ପାଇଁ ଯେକୌଣସି ବିପଦର ମଧ୍ୟ ସାମ୍ନା କରିଥାଏ । ଛୁଆଙ୍କ ଜୀବନ ବିପଦରେ ପଡିଥିବା ଦେଖି ସେମାନଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ଥରେ ମଧ୍ୟ ଚିନ୍ତା କରିନଥାଏ । ସୋସିଆଲ ମିଡିଆରେ ନିକଟରେ ଜଣେ ବାପାର ଏଭଳି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଭାବବିହ୍ୱଳ ମଧ୍ୟ କରୁଛି । ଭିଡିଓକୁ ଦେଖିଲେ ବାପା ହିଁ ପ୍ରକୃତ ହିରୋ ବୋଲି ନିଶ୍ଚୟ ବିଶ୍ୱାସ ହେବ । ଭାଇରାଲ୍‌ ଭିଡିଓଟି କିଛି ମାସ ତଳର ହେବ ବୋଲି କୁହାଯାଉଛି । ଭିଡିଓ ଦେଖି ସଭିଏଁ ବ୍ୟକ୍ତିଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

- Advertisement -

ଭାଇରାଲ୍‌ ଭିଡିଓରେ ଦେଖିପାରିବେ, ଏକ ୩ ବର୍ଷର ଶିଶୁ କନ୍ୟା ଏକ ବଡ ଅଟ୍ଟାଳିକାର ୮ମ ମହଲାର ଝରକାରେ ଲଟକି ରହିଛନ୍ତି । ସେହି ଅଟ୍ଟାଳିକାର ତଳ ମହଲାରେ ଶିଶୁଟିର ବାପା ନିଜ ଛୁଆର ଜୀବନ ରକ୍ଷା କରିବାକୁ ଆଉ ଏକ ଝରକାରେ ଲଟକି ରହିଛନ୍ତି । ବ୍ୟକ୍ତି ଜଣକ ଅଫିସ୍‌ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଶିଶୁଟି ଝରକାରେ ଲଟକି ରହିଥିବା ଦେଖିଥିଲେ । ଏହାପରେ ସେ ତୁରନ୍ତ ନିଜ ଛୁଆର ଜୀବନ ରକ୍ଷା କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ଏହାପରେ ଧିରେ ଧିରେ ନିଜ ଛୁଆର ଜୀବନ ରକ୍ଷା କରିଥିବା ଦେଖିପାରିବେ । ଭିଡିଓ ଦେଖିବା ପରେ ଲୋକେ ଯୁବକଙ୍କର ଖୁବ୍‌ ପ୍ରଶଂସା ସହ ତାଙ୍କ ସାହସକୁ ମଧ୍ୟ ସଲାମ୍‌ କରିଛନ୍ତି । ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଏହି ରାଶିମାନେ ମା’ଲକ୍ଷ୍ମୀଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ହଠାତ୍‌ ବଦଳେ ଏମାନଙ୍କ ଭାଗ୍ୟ, ଧନ ମାମଲାରେ ଏମାନେ ବେଶ ଭାଗ୍ୟଶାଳୀ..

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories