www.samajalive.in
Monday, December 15, 2025
15.1 C
Bhubaneswar

କରୋନା ସହ ଲଢ଼ିବାର ଉପାୟ

କେବଳ ଉତ୍ତମ ରୋଗପ୍ରତିରୋଧକ ଶକ୍ତି ଥିଲେ ହିଁ ଆପଣ କରୋନା ରୋଗକୁ ହରାଇ ପାରିବେ। ସତର୍କ ରହିବା ସହ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ପ୍ରଥମ ଉପଦେଶ।

  • ଅଲିଭ ତେଲ ପରିବର୍ତ୍ତେ ପ୍ରତ୍ୟେକ ସୋରିଷ ତେଲ, ନଡ଼ିଆ ତେଲ ରନ୍ଧା ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦିଅନ୍ତୁ। ସୋରିଷ ତେଲରେ ଥିବା ପୋଷକତତ୍ତ୍ବ ଶରୀରକୁ ଶକ୍ତି ଯୋଗାଏ ଓ ଥଣ୍ଡା, ସର୍ଦି ସହଜରେ ହୋଇନଥାଏ।
  • ଏଇ ସମୟରେ ସତର୍କ ରହିବା ଉଚିତ। ଏଣୁ ରେସ୍ତୋରାଁରୁ ଖାଦ୍ୟ ବରାଦ୍ କରି ଖାଆନ୍ତୁ ନାହିଁ। ବରଂ ଘରେ ନିଜେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ସପରିବାର ଖାଇବାର ମଜା ନିଅନ୍ତୁ।
  • ପ୍ରୋଟିନ୍, ଭିଟାମିନ୍ ଥିବା ଖାଦ୍ୟ ଯେପରି ଛେନା, ସବୁଜ ପନିପରିବା, ସାଲାଡ୍ ଇତ୍ୟାଦି ଖାଇବା ଉପରେ ଗୁରୁତ୍ବ ଦେବା ଜରୁରୀ। ଆମିଷ ଭୋଜନ ଖାଇବା ମଧ୍ୟ ଶରୀର ପାଇଁ ଭଲ।
  • ପ୍ରତିଦିନ ରାତିରେ ହଳଦୀ ଖିର ନିଶ୍ଚୟ ପିଇବାର ଅଭ୍ୟାସ ରଖନ୍ତୁ। ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର୍‌ଙ୍କ ମତରେ ଖୁବ୍ ସହଜରେ ଏହି ହଳଦୀ ଖିର ପ୍ରସ୍ତୁତ କରନ୍ତୁ। ପ୍ରଥମେ ଗୋଟିଏ ପାତ୍ରରେ ଅଳ୍ପ ପାଣି ନେଇ ସେଥିରେ ଅଳ୍ପ ଶୁଣ୍ଠି ପକାଇ ଫୁଟାଇବେ। କିଛି ସମୟ ପରେ ଅଧ ଚାମଚ ଶୁଦ୍ଧ ହଳଦୀ ଓ ଦେଢ଼ କପ୍ ଖିର ମିଶାଇ ଭଲରେ ଫୁଟାଇ ଚୁଲା ବନ୍ଦ କରିବେ। ଖିରକୁ ନଖଉଷୁମ କରି ପିଅନ୍ତୁ। ଏହା ଶରୀର ପାଇଁ ମହୌଷଧି ପରି କାମ କରିଥାଏ।
  • ପାଣି ପିଇବାରେ ହେଳା କରନ୍ତୁ ନାହିଁ। ଏହା ସହ ନିଶାସେବନ ଏଇ ସମୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଉଚିତ। ବ୍ୟାୟାମ, ଯୋଗାଭ୍ୟାସକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରାଇବା ଉଚିତ। n

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories