www.samajalive.in
Saturday, December 6, 2025
15.1 C
Bhubaneswar

ଗୁଣୁପୁର ୱାର୍ଡ ନମ୍ବର ୩ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ଗୁଣୁପୁର: ମୁଣ୍ଡ ଉପରେ ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ସ୍ଥିତିରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୩ର ପାଲିଆ ଢେପ ଓ କଳିଙ୍ଗ ନଗର ବାସିନ୍ଦା । ଏଠାରେ ପ୍ରତି ଘରକୁ ପାଇପ ଲାଇନ ଦିଆଯାଇଛି । ହେଲେ ଭୂମିର ଭୌଗଳିକ ଓ ବୈଷୟିକ ତୃଟି ସହ ନର୍ଦମା ପୋତି ହେଇ ଯାଇଥିବାରୁ ଠିକ ଭାବେ ଜଳ ଯୋଗାଣ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି । ସେହିଭଳି ଯେଉଁ ଅଧ ଘଣ୍ଟାଏ ପାଣି ଯୋଗାଇ ଦିଆଯାଉଛି ବିଦ୍ୟୁତ ଅପ ଡାଉନ ଯୋଗୁଁ ପାଣି ମିଳୁନଥିବା କୁହାଯାଇଛି । ଅନ୍ୟପଟେ ଜଳକର ପୈଠ କରାଯାଇ ଥିଲେ ମଧ୍ୟ ପାଣି ପାଉନଥିବା ୱାର୍ଡ ବାସିନ୍ଦା କହିଛନ୍ତି । ସମସ୍ୟା ସମ୍ପର୍କରେ ସେମାନେ ଉପଜିଲ୍ଲାପାଳ, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଯଦି ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହୁଏ ତେବେ ହାଣ୍ଡି ମାଠିଆ ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories