www.samajalive.in
Monday, December 15, 2025
14.1 C
Bhubaneswar

ଗାଁ ଦାଣ୍ଡ ଜଳାର୍ଣ୍ଣବ ସହିତ ସଙ୍କୁଚିତ, ଲୋକେ ହନ୍ତସନ୍ତ 

ବେଗୁନିଆ: ବେଗୁନିଆ ବ୍ଲକ ଅଧିନସ୍ଥ ବେଗୁନିଆ ପଞ୍ଚାୟତର ନୂଆସାହି ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁଁ ଏବଂ ଲୋକମାନେ ଦାଣ୍ଡ ମଝିରେ ଘର କରିବା ଦାଣ୍ଡ ଉପରେ ମାଟି, ବାଲି, ପଥର ଚିପ୍ସ ଏବଂ ମେଟାଲ ଆଦି ଗଦାଇ ରଖିବା ଯୋଗୁଁ ସାହି ଦାଣ୍ଡ ସଙ୍କୁଚିତ ହେଉଛି । ଡ୍ରେନେଜ ସୁବିଧା ନଥିବା ଯୋଗୁଁ ସାହି ବାସିନ୍ଦା ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି । ଡ୍ରେନ ସୁବିଧା ନଥିବା ଯୋଗୁଁ ପାଣି ଜମି ରହିବା ସହ ଲୋକମାନେ ଦାଣ୍ଡରେ ଗଦାଇଥିବା ମାଟି ଉପରେ ଗଛଲତା ହୋଇ ଅପରିଷ୍କାର ହେବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଲୋକେ ଘରୁ ବାହାରିବାକୁ ନାକ ଟେକୁଛନ୍ତି । ଚାରିଆଡେ ଗଛ ଲତା ବଢି ରାସ୍ତା ଉପରକୁ ମାଡି ଆସିଥିବା ଯୋଗୁଁ ସରୀସୃପମାନେ ବାସ କରୁଛନ୍ତି । ଏହା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ସାହିଟି ୪ଟି ୱାର୍ଡକୁ ନେଇ ଗଠନ ହୋଇଥିବାବେଳେ ସାହି ଦାଣ୍ଡଟି ଏବେ କିଛି ସ୍ୱାର୍ଥାନ୍ଧ ବ୍ୟକ୍ତିଙ୍କ ଯୋଗୁଁ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଲୋକମାନେ ସାହି ମଝିରେ ଗାଈ ଗୋରୁ ବାନ୍ଧିବାଠାରୁ ଦାଣ୍ଡରେ ଗୁହାଳ କରିବା ସହିତ କ୍ୟାବିନ ପକାଇ ଦୋକାନ ମଧ୍ୟ କରିଛନ୍ତି । ନିରୀହ ଲୋକମାନେ ଏଥିପାଇଁ ହଇରାଣ ହରକତ ହେଲେ ମଧ୍ୟ ସେମାନଙ୍କୁ ଏହି କାର୍ୟ୍ୟରେ ବିରୋଧ କରି ଅଯଥା ଶତ୍ରୁ ହେବା ପାଇଁ ସାହସ କରୁନାହାନ୍ତି । ଗୃହନିର୍ମାଣ କରୁଥିବା ବ୍ୟକ୍ତିମାନେ ଦାଣ୍ଡରେ ମାଟି ଜମା କରି ରଖିବା ଏବଂ ଠିକ ଭାବରେ ନ ଉଠାଇବା ଯୋଗୁଁ ମାଟିଗୁଡିକ ଉପରେ ପାଣି ପଡି କାଦୁଅ ପଚ ପଚ ହେବା ଯୋଗୁଁ ଲୋକମାନେ ଯାତାୟାତ କ୍ଷେତ୍ରରେ ଘୋର ଅସୁବିଧା ଭୋଗ କରୁଛନ୍ତି । ସାହି କନ୍ଦି ରାସ୍ତାଗୁଡିକ ସିମେଣ୍ଟ କଂକ୍ରିଟ ହୋଇନଥିବା ଯୋଗୁଁ ଲୋକମାନେ ପାଣି କାଦୁଅରେ ଯାତାୟାତ କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ଲୋକମାନେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପଞ୍ଚାୟତଠାରୁ ଆରମ୍ଭ କରି ତହସିଲ ପର୍ୟ୍ୟନ୍ତ କେହି ଲୋକମାନଙ୍କର ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ବରଂ ନୀରବ ରହି ଲୋକମାନଙ୍କର ସମସ୍ୟାକୁ ଉପଭୋଗ କରି ଅଟହାସ୍ୟ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories