ଦେଖନ୍ତୁ ଭିଡିଓ- ୧୩ ବର୍ଷର ବାଳକ ଚଳାଉଥିଲା ସ୍କୁଟି , ବାପାଙ୍କୁ ହେଲା ଦଣ୍ଡ

ଭୁବନେଶ୍ୱର – ୧୬ ବର୍ଷରୁ କମ୍‌ ବୟସ୍କ ପିଲା ସ୍କୁଟର ଚଳାଇପାରିବେ ନାହିଁ । ଗିୟର ଯୁକ୍ତ ଏବଂ ବିହୀନ ଦୁଇ ଚକିଆ ମୋଟର ଯାନ ଚଳାଇବା ଉପରେ କଟକଣା ରହିଛି । ମାତ୍ର ଅନେକ କ୍ଷେତ୍ରରେ ବାପା ମାଆ ଏହାକୁ ଉଲ୍ଲଘଂନ କରି ନିଜ ପିଲାଙ୍କୁ ଗାଡି ଚଳାଇବା ପାଇଁ ଦେଇ ଥାଆନ୍ତି । ଏମାନେ ବିଭିନ୍ନ ଦୁର୍ଘଟଣା ଘଟାଇ ଥାଆନ୍ତି ।
ଏବେ ନାବାଳକ ଗାଡି ଚଳାଇ ତାଙ୍କର ଅଭିଭାବକଙ୍କୁ ଦଣ୍ଡ ଦେବାର ପ୍ରାବଧାନ ରହିଛି . ଅନେକ କ୍ଷେତ୍ରରେ ଅଧିକ ଜୋରିମାନା ଆଦାୟ କରାଯାଇ ଛାଡି ଦିଆଯାଉଛି ।

ଏବେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଜଣେ ୧୩ ବର୍ଷର ନାବାଳକ ଏକ ସ୍କୁଟି ବା ସ୍କୁଟର ଚଳାଉଥିବା ଦେଖିବା ପାଇଁ ମିଳୁଛି । ବାଟରେ ଟ୍ରାଫିକ୍‌ ପୁଲିସ ତାକୁ ରୋକିବା ସହ ଏପରି ବେ ନିୟମ କାମ କାହିଁକି କରୁଛ ବୋଲି ପ୍ରଶ୍ନ ପଚାରିଛନ୍ତି ।

ନାବାଳକଟି ଏହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବା ବେଳେ ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କୁ ତାଙ୍କୁ ଫୋନ୍ ମାଗି ତା ବାପାଙ୍କୁ ସେଠାକୁ ଡାକିବା ପାଇଁ କହୁଛି ।

ଟ୍ରାଫିକ୍‌ ପୁଲିସ ଅଧିକାରୀ ଜଣଙ୍କ ସମ୍ପୂର୍ଣ୍ଣ ଜୋରିମାନା ଆଦାୟ ପରେ ସେହି ଗାଡିକୁ ସେଠାରୁ ଛାଡିବା ପାଇଁ କହୁଛନ୍ତି । ଜୋରିମାନା ଆଦାୟ ପରେ ସେହି ଗାଡିକୁ ଛଡା ଯାଇଥିବା କୁହାଯାଉଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.