ଲୋକେ ନିଜ ଘରେ ବିଭିନ୍ନ ପ୍ରକାର ବାସନକୁସନ ରଖିଥାଆନ୍ତି । ତେବେ ସମସ୍ତ ପ୍ରକାର ବାସନକୁ ସଫା କରିବା ପାଇଁ କିଛି ସରଳ ପଦ୍ଧତି ରହିଛି । ଯାଦ୍ୱାରା ବାସନକୁ ସହଜରେ ଚମକାଇ ହେବ । ବିଶେଷ କରି କାଠ ବାସନକୁ ସଠିକ ଭାବେ ସଫା ନକଲେ ଏହା ଖୁବ ଶୀଘ୍ର ଖରାପ ହୋଇଯାଏ ।
ଅନେକ ଥର କାଠ ଜିନିଷ ଧୋଇବା ପରେ ଏହାକୁ ସିଧାସଳଖ ଷ୍ଟାଣ୍ଡରେ ରଖିଦେଇଥାଆନ୍ତି, ମାତ୍ର ଏଭଳି କରିବା ଦ୍ୱାରା ଏଥିରେ ପାଣି ଲାଗି ରହିବାରୁ ଏହା ଖରାପ ହୋଇଯାଏ ।
ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ କିଛି ସମୟ ରଖନ୍ତୁ । ଏହାପରେ କାଠ ବାସନକୁ ଏହି ପାଣିରେ ପକାଇ କିଛି ସମୟ ରଖିବା ପରେ ଶୁଖିଲା କପଡାରେ ପୋଛି ଦିଅନ୍ତୁ । ଏହାଦ୍ୱାରା ବାସନ ଅଧିକ ଦିନ ଯାଏଁ ଭଲ ରହିଥାଏ ।
ଉଷୁମ ପାଣିରେ କିଛି ଲୁଣ ମିଶାଇ ଏଥିରେ କାଠ ବାସନକୁ ରଖନ୍ତୁ । କିଛି ସମୟ ପରେ ଏହାକୁ କାଢି ଏହାକୁ ଶୁଖିଲା କପଡାରେ ପୋଛି ଦିଅନ୍ତୁ ।
ବେକିଙ୍ଗ ସୋଡା ଓ ଲେମ୍ବୁ ରସର ମିଶ୍ରଣକୁ ରଖନ୍ତୁ । ଏହାକୁ କାଠ ବାସନରେ ଲଗାଇ କିଛି ସମୟ ରଖି ଦିଅନ୍ତୁ । ଏହାପରେ ପାଣିରେ ଧୋଇ ଭଲ ଭାବେ ଶୁଖିଲା କପଡାରେ ପୋଛି ରଖନ୍ତୁ ।
ଘରେ ଅଛି କି କାଠ ବାସନ ; ସହଜରେ ଚମକାନ୍ତୁ
Popular Categories



