www.samajalive.in
Monday, December 8, 2025
13.1 C
Bhubaneswar

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଙ୍ଗନା

ଗୌହାଟୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି। ନିଜ ଆଗାମୀ ଚଳଚ୍ଚିତ୍ର ‘ଇମରଜେନ୍ସୀ’ର ଶୁଟିଂ ପାଇଁ ସ୍ଥାନ ନିରୂପଣ କରିବାକୁ ଆସାମ ଯାଇଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘‘ଆମେ ଶୀଘ୍ର ଆସାମର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ କରିବାକୁ ଯାଉଛୁ, ଏଥିପାଇଁ ସେ(ମୁଖ୍ୟମନ୍ତ୍ରୀ) ଆମ ଦଳ ପ୍ରତି ସମର୍ଥନ ଜଣାଇଛନ୍ତି। ତାଙ୍କ ସମର୍ଥନ ଏବଂ ପ୍ରୋତ୍ସାହନ ପାଇ ମୁଁ ଗର୍ବିତ। ଧନ୍ୟବାଦ ମହାଶୟ।’’

ଗତ ଏକ ସପ୍ତାହ ହେବ କଙ୍ଗନା ଆସାମରେ ଚଳଚ୍ଚିତ୍ରର ଶୁଟିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଥିଲେ। ଏହି ସମୟରେ ସେ କାଜିରଙ୍ଗା ଓ କାର୍ବି ଆଙ୍ଗଲୋଙ୍ଗ ମଧ୍ୟ ଯାଇଥିଲେ। କଙ୍ଗନା କହିଛନ୍ତି, ଖୁବଶୀଘ୍ର ସେ ଆସାମରେ ନିଜ ଫିଲ୍ମ ‘ଇମରଜେନ୍ସୀ’ର ଶୁଟିଂ ଆରମ୍ଭ କରିବେ। ବିମାନବନ୍ଦରରେ ସେ କହିଛନ୍ତି, ମୁଁ ଅନେକ ଥର ଆସାମ ଆସିଛି। ଶୁଟିଂ ପାଇଁ ଏହା ଏକ ସୁନ୍ଦର ସ୍ଥାନ। ମୁଁ ମୋର ପୁରା ଚଳଚ୍ଚିତ୍ର ନିର୍ମାଣ ଦଳ ସହ ଶୁଟିଂ କରିବାକୁ ଶୀଘ୍ର ଆସିବି। ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଫିଲ୍ମ ‘ଇମରଜେନ୍ସୀ’ର ରଚନା ସହ ନିର୍ଦ୍ଦେଶନା ମଧ୍ୟ କଙ୍ଗନା ରାଣାୱତ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ।

- Advertisement -

ଆସାମରେ ଫିଲ୍ମର ଶୁଟିଂ ପାଇଁ ସ୍ଥାନ ଚୟନ କରିଥିବାରୁ ଶର୍ମା ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ମୋ କାର୍ଯ୍ୟାଳୟରେ ଅଭିନେତ୍ରୀ, ଲେଖିକା ତଥା ଚଳଚ୍ଚିତ୍ର ନିର୍ମାତା କଙ୍ଗନା ରାଣାୱତ ଜୀଙ୍କୁ ଭେଟି ଖୁସି ଲାଗିଲା। ମୁଁ ଖୁସି ଯେ, ସେ ଆସାମରେ ତାଙ୍କର ଗୋଟିଏ ଫିଲ୍ମର ଶୁଟିଂ କରିବେ। ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି ଏବଂ ଚଳଚ୍ଚିତ୍ର ନିର୍ମାଣ ପାଇଁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ବାସନା ଦେଲି।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories