www.samajalive.in
Saturday, December 6, 2025
17.1 C
Bhubaneswar

ଖସି ଯାଉଥିଲେ ଲୁଟେରା ; ଧରିନେଲା ପୁଲିସ

ବଲାଙ୍ଗିର/ପାଟଣାଗଡ: ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଲୁଟିଆଙ୍କୁ ଧରିନେଲା ପୁଲିସ । ଏଭଳି ଏକ ଘଟଣା ଘଟିଛି ପାଟଣାଗଡରେ । ସୋମବାର ଦିନ ପାଟଣାଗଡ ପାଢେଲ ଗାଁର ସର୍ବେଶ୍ବର ପଟେଲ ପାଟଣାଗଡ ସ୍ଥିତ ରାମଜୀ ଛକରେ ଥିବା ଏକ ବ୍ୟାଙ୍କକୁ ଆସିଥିଲେ। ୫ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରୁଥିବା ବେଳେ ଜଗି ରହିଥିଲେ ଲୁଟେରା । ପଲସର ବାଇକରେ ଦ୍ରୁତଗତିରେ ଆସି ଟଙ୍କା ବ୍ୟାଗ ଲୁଟି ବଲାଙ୍ଗିର ରାସ୍ତାରେ ଫେରାର ମାରିଥିଲେ। ପାଟଣାଗଡ ପୁଲିସ, ଲୁଟର ଶିକାର ବ୍ୟକ୍ତି ଲୁଟେରାଙ୍କ ପିଛା କରୁଥିଲେ। ବଲାଙ୍ଗିର ସଦର ଏସଡିପିଓ ତୋଫନ ବାଗ ପୁଲିସ ଗାଡିରେ ବଲାଙ୍ଗିର ପଟୁ ଚୁଡାପାଲି ଆଡକୁ ଯାଉଥିଲେ। ଲୁଟ୍ ସୂଚନା ପାଇ ଲୁଟିଆଙ୍କୁ ଧରିବା ଉଦ୍ୟମ କରିଥିଲେ। ଏସଡିପିଓଙ୍କୁ ଚକମା ଦେଇ ସେମାନେ ବଲାଙ୍ଗିର ମୁହାଁ ହୋଇଥିଲେ। ସଦର ଥାନା ପୁଲିସ ବାଇକ, ଟଙ୍କା ସହ ୨ଜଣଙ୍କୁ କାବୁ କରି ନେଇଛି। ତେବେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ଜିଲାର ବିଭିନ୍ନ ସ୍ଥାନରୁ ଅନେକ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା କାଢି ଫେରୁଥିବା ବେଳେ ଲୁଟର ଶିକାର ହେଉଥିଲେ। କିନ୍ତୁ ଲୁଟେରା ଧରାପଡୁ ନଥିଲେ। ପୁଲିସ ସୋମବାର ଲୁଟେରାଙ୍କୁ ଧରିଥିବା ଆଲୋଚନାର ବିଷୟ ହୋଇଛି। ସେମାନଙ୍କ ଠାରୁ ଲୁଟ ସଂପର୍କିତ ଅନେକ ତଥ୍ୟ ପୁଲିସ ହାତେଇ ପାରିବ ବୋଲି ଅନୁମାନ କରାଯାଉଛି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories