www.samajalive.in
Monday, December 15, 2025
15.1 C
Bhubaneswar

୩ ହଜାର ବିଲରେ ୨ଲକ୍ଷ ଟଙ୍କା ଟିପ୍ସ ପାଇଲେ ୱେଟର

ନୂଆଦିଲ୍ଲୀ : ବିଭିନ୍ନ ହୋଟେଲ ମାନଙ୍କରେ ଖାଇବାକୁ ଯିବା ସମୟରେ ଆପଣମାନେ ଖାଇବାପରେ ୱେଟରର ଖାଦ୍ୟ ପରିବେଷଣ ଶୈଳୀରେ ଖୁସି ହୋଇ କିଛି ଟଙ୍କା ୱେଟରକୁ ଦେଇଥାନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ୱାଶିଂଟନର ଲୁଇସ କାଉଣ୍ଟି ଠାରେ ଏକ ରେସ୍ତେଂରାରେ ଏକ ୱେଟରକୁ ଦୁଇ ଲକ୍ଷ ଟଙ୍କାର ଟିପ୍ସ ମିଳିଛି। କେଏଚ କ୍ୟୁ ଖବରକାଗଜ ଅନୁସାରେ, ଆମେରିକାର ୱାଶିଂଟନ ଠାରେ ଥିବା ରିବ ଆଇ ହୋଟେଲରେ କାମକରୁଥିବା ଜଣେ ୱେଟର ମିଶେଲ ବୋଝମନଙ୍କୁ ହୋଟେଲକୁ ଆସିଥିବା ଏକ ଦମ୍ପତ୍ତି ୩ହଜାର ଡଲାର ଯାହାର ଭାରତୀୟ ମୁଦ୍ରା୨ଲକ୍ଷ ଠାରୁ ଅଧିକ ଟଙ୍କା ଦେଇଥିଲେ।
ୱେଟର ବୋଝମନଙ୍କ କହିବାନୁସାରେ ପ୍ରଥମେ ସେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ତାଙ୍କୁ ଲାଗୁଥିଲା ଯେ ସେ ସ୍ୱପ୍ନ ଦେଖୁଛନ୍ତି। ଏହାପରେ ସେ ତାଙ୍କ ସାଥୀ କର୍ମଚାରୀ ମାନଙ୍କୁ ମିଳିଥିବା ଚେକ ଦେଖାଇଥିଲେ ତାପରେ ବୋଝମଲଙ୍କୁ ବିଶ୍ୱାସ ଆସିଥିଲା। ଏହି ଚେକର ପଛରେ ଏକ ନୋଟ ମଧ୍ୟ ରହିଥିଲା। ନୋଟରେ ଲେଖାଥିଲା ଯେ, ‘ଆପଣ ହସିଥିବାରୁ ଧନ୍ୟବାଦ। ଆପଣ ବହୁତ ପରିଶ୍ରମ କରୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଦେଶ ଖରାପ ସମୟ ଦେଇ ଗତି କରୁଛି’। ଦମ୍ପତ୍ତିଙ୍କ କହିବା ଅନୁସାରେ, ତାଙ୍କ ଦେଶରେ ହସିବା ଏକ ବଡ ସମସ୍ୟା ରୂପେ ଛିଡାହୋଇଛି। ତେଣୁ ଏହି ୱେଟରର ହସ ସେମାନଙ୍କୁ ପସନ୍ଦ ଆସିଥିଲା।
ହୋଟେଲରେ ଆସିଥିବା ଦମ୍ପତ୍ତି ୱେଟର ମୋଝମଲଙ୍କ ସହ କିଛି ସମୟ କଥା ମଧ୍ୟ ହୋଇଥିଲେ। ମୋଝମଲଙ୍କ ସହ କଥା ହେବାପରେ ସେ ଜାଣିପାରିଲେ ଯେ ବୋଝମଲଙ୍କ ଜୀବନ କାହାଣୀ ସଂର୍ଘଷପୂର୍ଣ୍ଣ। ଏତେ କଷ୍ଟରେ ମଧ୍ୟ ବୋଝମଲ ଅଥିତି ମାନଙ୍କୁ ହସି ହସି ହୋଟେଲରେ ସ୍ୱାଗତ କରିଥାନ୍ତି, ଯାହା ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଆସିଥିଲା। ମିଳିଥିବା ସୂଚନା ଅନୁସାରେ ୱେଟର ବୋଝମଲଙ୍କୁ ମିଳିଥିବା ଟଙ୍କାକୁ ସେ ହୋଟେଲରେ ଥିବା ସହ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories