www.samajalive.in
Sunday, December 14, 2025
19.1 C
Bhubaneswar

ଟିକା ପାଇଁ କିଛି ସପ୍ତାହର ଅପେକ୍ଷା – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ

ଦେଶରେ କୋଭିଡ -୧୯ ସଂକ୍ରମଣ ମାମଲା ହ୍ରାସପାଉଛି। ଫଳରେ ଏବେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି। ଆଜି କରୋନା ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ପ୍ରଶାନ୍ତ ଭୂଷଣ ଏହା କହିଛନ୍ତି। ଭୂଷଣ କହିଛନ୍ତି ଯେ ଆଜି ଦେଶରେ ସକ୍ରିୟ ମାମଲା ସମୁଦାୟ କରୋନା ମାମଲାର ଚାରି ପ୍ରତିଶତରୁ କମ୍ ଅଟେ। ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଥିବା ସମୟରେ ଭାରତରେ ସେପ୍ଟେମ୍ବର ମଧ୍ୟଭାଗରୁ ନୂଆ ମାମଲାଗୁଡ଼ିକରେ କ୍ରମାଗତ ହ୍ରାସ ଘଟିଛି। ଏଥିଯୋଗୁ ସଂକ୍ରମଣ ହାର ହ୍ରାସ ପାଉଛି।

ସେ କହିଛନ୍ତି ଯେ ଏବେ ମୋଟ ପଜିଟିଭ ହାର ୬.୫ ପ୍ରତିଶତ ଅଟେ। ମୋଟ ସଂକ୍ରମଣର ୫୪ ପ୍ରତିଶତ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଥିବା ସେ ସୂଚନା ଦେଇଛନ୍ତି। ଯଦି ଏକ ମିଲିୟନ ଲୋକଙ୍କ ପ୍ରତି କରୋନା ସଂକ୍ରମଣ ବିଚାରକୁ ନିଆଯାଏ ସେ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ଦେଶଗୁଡିକରେ ଭାରତ ତୁଳନାରେ ସାତ-ଆଠ ଗୁଣ ଅଧିକ ସଂକ୍ରମଣ ରହିଛି। ଟିକା ଉତ୍ପାଦନ ଏବଂ ଟୀକାକରଣ ସମ୍ପର୍କରେ ସଚିବ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ବୈଜ୍ଞାନିକଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ଦେଶରେ ଟିକା ଉତ୍ପାଦନ ଆରମ୍ଭ ହେବ। ସମସ୍ତଙ୍କ ପାଇଁ ଯେଭଳି ଟୀକା ସହଜରେ ଉପଲବ୍ଧ ହୋଇପାରିବ ସେ ନେଇ ସମ୍ପୂର୍ଣ୍ଣ ଯୋଜନା କରାଯାଇଥିବା ସେ କହିଛନ୍ତି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ପାଇଁ ଆବେଦନ କରିଛନ୍ତି। ଭାରତରେ ୬ଟି ସମ୍ଭାବ୍ୟ ଟିକା କ୍ଲିନିକାଲ୍ ପରୀକ୍ଷା ପର୍ଯ୍ୟାୟରେ ଅଛି। ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ କରୋନା ଭୁତାଣୁ ନିରୋଧୀ ଟିକା ପରିଚାଳନା ପାଇଁ ଚଳିତ ବର୍ଷ ଅଗଷ୍ଟରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଥିଲା। ଏହି ବିଶେଷଜ୍ଞ ଦଳ ଜନସଂଖ୍ୟା ଗୋଷ୍ଠୀର ପ୍ରାଥମିକତା, ଟିକା କ୍ରୟ ଏବଂ ଭଣ୍ଡାର ପରିଚାଳନା, ଟିକା ଚୟନ, ଟିକା ବିତରଣ ଏବଂ ଟ୍ରାକିଂ ପ୍ରଣାଳୀ ଉପରେ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories