ଭିସୁଟରେ ଅଭିନବ ପ୍ରକଳ୍ପ କଟିଙ୍ଗ-ଏଜ୍ ଟିଙ୍କର୍ସପେସ କାର୍ଯ୍ୟକ୍ଷମ
ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣା, ଅନ୍ୱେଷଣ ଏବଂ ଉଦ୍ୟମିତା ପ୍ରତି ପ୍ରୋତ୍ସାହନ ପ୍ରଦାନ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ୟଙ୍ଗ ଟିଙ୍କର ଏଜୁକେଶନାଲ ଫାଉଣ୍ଡେସନ ଦ୍ୱାରା ଅତ୍ୟାଧୁନିକ ଟିଙ୍କର୍ସପେସ ସ୍ଥାପନ ହେଲା । ୟଙ୍ଗ ଟିଙ୍କର୍ସପେସ ଭିସୁଟ ସହିତ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଏହି ବିରଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ସେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ୱେଷଣ ମନୋଭାବ ବିକଶିତ କରିବା ପାଇଁ ଏହିଭଳି ଉଦ୍ୟମର ଗୁରୁତ୍ୱ ରହିଛି ବୋଲି କହିଛନ୍ତି । ଏହି ୟଙ୍ଗ ଟିଙ୍କର୍ସ ସ୍ପେସ ସୁଜନଶୀଳତା ଏବଂ ବ୍ୟବହାରିକ ଶିକ୍ଷାର ହବ୍ ଭାବରେ ନୁତନ ପଦକ୍ଷେପ ସହାୟକ ହେବ ବୋଲି ବିଶ୍ୱବିଦ୍ୟାଳୟର ଡ଼ିନ ପ୍ରଫେସର ଦେବଦତ୍ତ ମିଶ୍ର କହିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଉତ୍କର୍ଷତା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବ ବୋଲି କହିଥିଲେ। ଏହି ପ୍ରକଳ୍ପ ଭିସୁଟରେ ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ପାଞ୍ଚହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ବୋଲି ୟଙ୍ଗ ଟିଙ୍କର ଶିକ୍ଷାନ୍ୟାସର ସିଇଓ ଅନିଲ ପ୍ରଧାନ କହିଛନ୍ତି। ସେ ମଧ୍ୟ କୁଳପତିଙ୍କୁ ଏକ ଅଧିସ୍ୱିକୃତ ପତ୍ର ହସ୍ତାନ୍ତର କରିଥିଲେ।
ଏହି ପ୍ରମାଣପତ୍ର ଛାତ୍ରମାନଙ୍କ ମଧ୍ୟରେ ନବସୃଜନ ଏବଂ ହ୍ୟାଣ୍ଡ-ଅନ ଷ୍ଟିମ(ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଙ୍ଗ, କଳା ଏବଂ ଗଣିତ) ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୟଙ୍ଗ ଟିଙ୍କର ଏଜୁକେଶନାଲ ଫାଉଣ୍ଡେସନର ଏକ ସ୍ୱିକୃତିପ୍ରାପ୍ତ ଅଂଶୀଦାର ଭାବରେ ବିଶ୍ୱବିଦ୍ୟାଳୟକୁ ପ୍ରଦାନ ହୋଇଛି। ପ୍ରକଳ୍ପ ଭିସୁଟର ବିଭିନ୍ନ କ୍ଲବ ଏବଂ ସୋସାଇଟିର ଛାତ୍ରଛାତ୍ରୀ ମାନଙ୍କୁ ଅଭିନବ ସୁଯୋଗ ପ୍ରଦାନ କରିବ। ଥ୍ରୀଡ଼ି ପ୍ରିଣ୍ଟର ଏସେମ୍ବ୍ଲି ଟିଙ୍କର ଷ୍ଟେସନ, ପୋଜିସନିଙ୍ଗ, ସ୍ପେସ ବୋର୍ଡ଼ର ମାଉଣ୍ଟିଙ୍ଗ ଭଳି ସୁବିଧା ଏଥିରେ ସମ୍ମିଳିତ ହୋଇଛି । ହେଣ୍ଡ ଟୁଲସ, ଥ୍ରୀଡ଼ି ପ୍ରିଣ୍ଟିଙ୍ଗ, ଡ଼ିଜାଇନିଙ୍ଗ, ଡ଼ିଜାଇନ ସଂରଚନା, ତୋରିତ ପ୍ରୋଟୋଟାଇପିଙ୍ଗ କ୍ଷେତ୍ରରେ ସହାୟକ ହେବ। ଭିସୁଟର ୨୦୧୭ ବ୍ୟାଚର ଅନିଲ ପ୍ରଧାନ ଏବଂ ବୈଶାଳି ଶର୍ମା ଏହି ଉପକ୍ରମ ଆରମ୍ଭ କରିଛନ୍ତି। ଅଭିଷେକ ଶୁକ୍ଲା ଏବଂ ଆଲୋକ ମହାନ୍ତିଙ୍କ ସମେତ ୟଙ୍ଗ ଟିଙ୍କର ଟିମର ସଭ୍ୟ ସଭ୍ୟାମାନେ ବର୍ତ୍ତମାନ ବିଶ୍ୱସ୍ତରରେ ଆହ୍ୱାନର ପ୍ରତିକାର ପାଇଁ ଇଂ ପ୍ରଧାନ ଏବଂ ଇଂ ଶର୍ମାଙ୍କ ସହ ସାମିଲ ହୋଇଛନ୍ତି। ସୁଚନା ଯୋଗ୍ୟ ଯେ, ଭିସୁଟର ଛାତ୍ରଛାତ୍ରୀମାନେ ବିଭିନ୍ନ ଷ୍ଟାଟ-ଅପ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅପୁର୍ବା ମାସୁକ, ସୁଦର୍ଶନ ସାମଲ, ରୌନକ ଅଗ୍ରୱାଲ, ପ୍ରହ୍ଲାଦ ମିତ୍ତଲ, ବୁଦ୍ଧିସତ୍ୱ ସଙ୍ଘପ୍ରିୟ, ଓମପ୍ରକାଶ ଦାଶ, ଭାନୁପ୍ରକାଶ ନନ୍ଦ, ସୁମନ ପାତ୍ର ପ୍ରମୁଖ ଷ୍ଟାଟ-ଅଫ୍ କ୍ଷେତ୍ରରେ ନିଜ ନିଜ ବିଭାଗରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛନ୍ତି। ଭିସୁଟର ଆଇଡ଼ିଆ ଏବଂ ଇନୋଭେସନ ସେଲର ସମ୍ପାଦକ ସୁଭ୍ରାଂଶୁ ରଞ୍ଜନ ଦାସ ଅନ୍ୟତମ ଡ଼ିନ୍ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ତିତ ରହିଥିଲେ। ଏହା ଛାତ୍ରମାନଙ୍କୁ ସେମାନଙ୍କ ଭବିଷ୍ୟତ ବୃତ୍ତିରେ ଉତ୍କର୍ଷ ପାଇଁ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇବ।
Comments are closed.