ଭୋଟ୍ ଦେବାପରେ ଆଙ୍ଗୁଠିରେ ଲାଗୁଥିବା କାଳି ଶୀଘ୍ର ଛାଡ଼େନାହିଁ କାହିଁକି ?
ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନରେ ଭୋଟିଂ ହେଉଛି। ଭୋଟ୍ ଦେବା ପରେ ମତଦାନ କର୍ମଚାରୀମାନେ ଭୋଟରଙ୍କ ବାମ ହାତର ତର୍ଜନୀ ଆଙ୍ଗୁଠିରେ ବାଇଗଣୀ ରଙ୍ଗର କାଳି ଲଗାନ୍ତି। ଏହାଦ୍ଵାରା ଜଣାପଡ଼େ ଯେ ସେହି ମତଦାତା ଭୋଟ୍ ଦେଇ ସାରିଛନ୍ତି। ତେବେ ଆପଣ କେବେ ଚିନ୍ତା କରିଛନ୍ତି କି, ସେହି କାଳିରେ ଏପରି କ’ଣ ଥାଏ ଯେ ଲାଗିବାର ଅନେକ ଦିନ ପର୍ଯ୍ୟନ୍ତ ତାହା ଛାଡ଼ି ନଥାଏ ? ଯେଉଁଠାରେ ଏହି କାଳି ଲାଗେ, ଯେପର୍ଯ୍ୟନ୍ତ ସେହି ସ୍ଥାନରେ ନୂତନ କୋଷିକା ସୃଷ୍ଟି ନ ହୋଇଛି କିମ୍ବା ନଖ ନ ବଢିଛି, ସେପର୍ଯ୍ୟନ୍ତ ଚିହ୍ନ ଯାଏ ନାହିଁ।
ଚାଲିଛି ମତଦାନ: ମଣିପୁରରେ ଗୁଳି ଫୁଟି ୩ ଆହତ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୩୪% ମତଦାନ
ଅନେକ ଔଷଧରେ ମଧ୍ୟ ସିଲ୍ଭର୍ ନାଇଟ୍ରେଟ୍ ବ୍ୟବହୃତ ହୁଏ। ବିଶେଷକରି ରକ୍ତସ୍ରାବ ବନ୍ଦ କରିବା କିମ୍ବା କ୍ଷତକୁ ସଂକ୍ରମଣରୁ ରକ୍ଷା କରୁଥିବା ଔଷଧରେ ଏହାର ବ୍ୟବହାର ହୋଇଥାଏ। ଚର୍ମରେ ଥିବା ଭାତୁଡ଼ି ଆଦିକୁ ହଟାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ସିଲ୍ଭର୍ ନାଇଟ୍ରେଟ୍ ବିଷୟରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହା ଫଟୋସେନ୍ସିଟିଭ୍ ହୋଇଥାଏ ଏବଂ ଏହାକୁ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରଖିବା ଉଚିତ। ନଚେତ୍ ଏହା ଆପଣଙ୍କ ଚର୍ମକୁ କ୍ଷତି ପହଞ୍ଚାଇପାରେ।
ନିର୍ବାଚନରେ ବ୍ୟବହୃତ କାଳିରେ ସିଲ୍ଭର୍ ନାଇଟ୍ରେଟ୍ ବ୍ୟତୀତ ଆହୁରି ଅନେକ ଜିନିଷ ମିଶିଥାଏ, କିନ୍ତୁ ଏହାକୁ ତିଆରି କରୁଥିବା କମ୍ପାନୀ ଏହି ଫର୍ମୁଲାକୁ ଅନ୍ୟ କାହାକୁ କୁହନ୍ତି ନାହିଁ।
ଭୋଟ୍ ଦେବା ପରେ କାଳି ଲଗାଇବା ବ୍ୟବସ୍ଥା ୧୯୬୨ ମସିହା ଲୋକସଭା ନିର୍ବାଚନରେ ପ୍ରଥମେ ଆରମ୍ଭ ହୋଇଥିଲା। ଏହାପରେ ପ୍ରତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏହି କାଳିକୁ ବ୍ୟବହାର କରାଯାଉଛି।
ଗୋଟିଏ ବୋତଲ କାଳି ଅତି କମ୍ରେ ୭୦୦ ଆଙ୍ଗୁଠିରେ ଲଗାଯାଇପାରିବ। ପ୍ରତ୍ୟେକ ବୋତଲରେ ୧୦ ମିଲି କାଳି ଥାଏ ଏବଂ ଏହାର ଦାମ୍ ପ୍ରାୟ ୧୨୭ ଟଙ୍କା।
Comments are closed.