www.samajalive.in
Friday, December 5, 2025
27.1 C
Bhubaneswar

ଚାଲିଛି ମତଦାନ: ମଣିପୁରରେ ଗୁଳି ଫୁଟି ୩ ଆହତ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୩୪% ମତଦାନ

ନୂଆଦିଲ୍ଲୀ : ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ଆସନ ଅନୁସାରେ ଏହା ସବୁଠାରୁ ବଡ ପର୍ଯ୍ୟାୟ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ମତଦାନ ସାବ୍ୟସ୍ତ କରିବା ପାଇଁ ଅପିଲ୍ କରିଛନ୍ତି । ମୋଦୀ ହିନ୍ଦୀ, ତାମିଲ, ମରାଠୀ ସମେତ ୫ଟି ଭାଷାରେ ଟ୍ବିଟ୍ କରିଛନ୍ତି ।

ସକାଳ ୧୧ଟା ସୁଦ୍ଧା ସବୁଠୁ ଅଧିକ ଭୋଟିଂ ପଶ୍ଚିମବଙ୍ଗରେ ହୋଇଛି । ଏଠାରେ ୩୩.୫୬ ପ୍ରତିଶତ ମତଦାନ ହୋଇଛି । ସବୁଠାରୁ କମ୍ ଭୋଟିଂ ଲାକ୍ଷାଦ୍ବୀପରେ ହୋଇଛି । ମାତ୍ର ୧୬.୩୩ ପ୍ରତିଶତ ମତଦାନ ହୋଇଛି । ୧୧ଟା ସୁଦ୍ଧା ୨୧ ରାଜ୍ୟରେ ହାରାହାରି ୨୫ ପ୍ରତିଶତ ମତଦାନ ହୋଇସାରିଛି ।

ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ସାମିଲ ହେବେ ୧୬ କୋଟିରୁ ଅଧିକ ମତାଦାତା

- Advertisement -

ଅନ୍ୟପଟେ ମତଦାନ ସମୟରେ ମଣିପୁରର ବିଷ୍ଣୁପୁରରେ ଗୁଳିଫୁଟିଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସେହିଭଳି ପଶ୍ଚିମବଙ୍ଗର କୁଚବିହାରରେ ହିଂସା ମାମଲା ସାମ୍ନାକୁ ଆସିଥିବାବେଳେ ବିଜାପୁରରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ମଣିପୁରର ୨ ଲୋକସଭା ଆସନ(ମଣିପୁର ଇନର ଓ ମଣିପୁର ଆଉଟର)ରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ହିଂସାକାଣ୍ଡକୁ ନଜରରେ ରଖି ଆଉଟର ଆସନର କିଛି ଭାଗରେ ୨୬ ଏପ୍ରିଲରେ ଭୋଟିଂ ହେବ ।

୨୦୧୯ ରେ ଏହି ୧୦୨ ଲୋକସଭା ଆସନରେ ବିଜେପି ୪୦, ଡିଏମକେ ୨୪, କଂଗ୍ରେସ ୧୫ ଆସନ ଜିତିଥିଲା । ବାକି ୨୩ ଆସନ ଅନ୍ୟାନ୍ୟ ଦଳଙ୍କୁ ମିଳିଥିଲା । ଏହି ପର୍ଯ୍ୟାୟରେ ସର୍ବାଧିକ ଆସନରେ ମୁକାବିଲା ଏହି ୩ ଦଳ ମଧ୍ୟରେ ରହିଛି ।

ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ

ପ୍ରଥମ ପର୍ଯ୍ୟାୟରେ ୧୬୨୫ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଏଥିରୁ ୧୪୯୧ ପୁରୁଷ, ୧୩୪ ମହିଳା ପ୍ରାର୍ଥୀ ଅଛନ୍ତି । ୮ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳ ମଧ୍ୟ ଏଥର ମଇଦାନରେ ଲଢୁଛନ୍ତି । କହିରଖୁଛୁ ପ୍ରଥମ ପର୍ଯ୍ୟାୟ ପରେ ୨୬ ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ସମୁଦାୟ ୭ ପର୍ଯ୍ୟାୟରେ ୫୪୩ ଆସନରେ ୧ ଜୁନ ପର୍ଯ୍ୟନ୍ତ ମତଦାନ ଚାଲିବ । ସବୁ ଆସନର ଫଳାଫଳ ୪ ଜୁନରେ ଆସିବ ।

୨୧ ରାଜ୍ୟ, ୧୦୨ ଆସନ, ୧୬ କୋଟିରୁ ଅଧିକ ମତଦାତା.. ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ,୧୫ ଆସନ ଉପରେ ସଭିଁଙ୍କ ନଜର..

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories