ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ସାମିଲ ହେବେ ୧୬ କୋଟିରୁ ଅଧିକ ମତାଦାତା
ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଆସନ ଲାଗି ମତଦାନ ହେଉଛି । ସେହିଭଳି ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ପାଇଁ ଆଜି ମତଦାନ ହେଉଛି । ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନରେ ଭୋଟିଂ ଆରମ୍ଭ ହୋଇଛି । ୧୬ କୋଟିରୁ ଅଧିକ ଭୋଟର ପ୍ରଥମ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଦେବେ ମତଦାତା । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳ ।
‘ତୁମେ ଏତେ ବି ସରଳ ନୁହଁ…’ ପତଞ୍ଜଳି ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କୁ କହିଲେ ସୁପ୍ରିମକୋର୍ଟ
Comments are closed.