www.samajalive.in
Saturday, December 6, 2025
15.1 C
Bhubaneswar

ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନରେ ବିଭିନ୍ନ ଆସନରୁ ଲଢ଼ୁଥିବା ସ୍ବାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ କମିସନ ତରଫରୁ ପ୍ରଦାନ କରାଯାଇଥିବା ବିଚିତ୍ର ନିର୍ବାଚନୀ ଚିହ୍ନ ଚର୍ଚ୍ଚାର ବିଷୟ ପାଲଟିଛି। ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ତମାତ ଗୋଗାଙ୍କୁ ଟର୍ଚ୍ଚ ନିର୍ବାଚନ ଚିହ୍ନ ଭାବେ ପ୍ରଦାନ କରାଯାଇଛି। ସେହିପରି ଆସାମର ବୋରଭାଜଆ ଆସନରୁ ଲଢ଼ୁଥିବା ଜ୍ୟୋତିଷ୍କ ରଞ୍ଜନ ସିଂହଙ୍କୁ ଟାୟାର, ଗୋଲାଘାଟ ଆସନରୁ ଲଢ଼ୁଥିବା ତ୍ରିବେଦୀ ଜ୍ୟୋତି ଭୁଇଁଙ୍କୁ ଅଙ୍ଗୁର, ସୋନିତପୁର ଆସନରୁ ଲଢ଼ୁଥିବା ପ୍ରଦୀପ ଭଣ୍ଡାରୀଙ୍କୁ ଅଟୋରିକ୍ସା ନିର୍ବାଚନ ଚିହ୍ନ ମିଳିଛି। ଏତଦ୍‌ବ୍ୟତୀତ ଏକାଧିକ ସ୍ବାଧୀନ ପ୍ରାର୍ଥୀଙ୍କୁ ଲାପଟପ୍‌, ଅଙ୍ଗୁର, ଫ୍ରିଜ୍‌, ଟୁଥବ୍ରଶ୍‌, ବ୍ୟାଟ, କୁରାଢ଼ି, ସିଲାଇ ମେସିନ, ଚପଲ, ଟେଲିଭିଜନ, ପେଟ୍ରୋଲ ପମ୍ପ, ବାଇନାକୁଲର, ହକି ଷ୍ଟିକ୍‌ ଓ ବଲ, ଅଟା କଳ, ଆଲମିରା, ସେଓ, ଏସି, ହୁଇସିଲ, କଇଁଚି, ପଣସ ଆଦି ନିର୍ବାଚନ ଚିହ୍ନ ବାବଦରେ ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories