www.samajalive.in
Saturday, December 6, 2025
23.1 C
Bhubaneswar

ନଦୀରେ ବୁଡି ନିଖୋଜ ଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଗତକାଲି ନଦୀରେ ବୁଡି ନିଖୋଜ ଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ଗୁରୁବାର ଖରସ୍ରୋତା ନଦୀରେ ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଜୋକଡ଼ିଆଠାରେ ଶିବାନନ୍ଦ ନଗରର ୨ ଭାଇ ଗାଧୋଇବାବେଳେ ବୁଡିଯାଇ ନିଖୋଜ ଥିଲେ । ନଦୀରେ ଗାଧୋଇବା ବେଳେ ପ୍ରଥମେ ବଡ ଭାଇ ବୁଡି ଯାଇଥିଲେ। ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ଜୋକଡ଼ିଆ ନୂଆ ସେତୁ ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଖରସ୍ରୋତା ନଦୀରେ ବୁଡି ୨ ଭାଇ ନିଖୋଜ

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories