୨୧ ରାଜ୍ୟ, ୧୦୨ ଆସନ, ୧୬ କୋଟିରୁ ଅଧିକ ମତଦାତା.. ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ,୧୫ ଆସନ ଉପରେ ସଭିଁଙ୍କ ନଜର..

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି। ଏହା ମଧ୍ୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୧୦୨ ଆସନ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬୦୦ରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ଏଥିରେ ୯ କେନ୍ଦ୍ରୀୟ ମନ୍ତ୍ରୀ ,୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟର ପରୀକ୍ଷା ହେଉଛି।

ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। କିଛି ରାଜ୍ୟରେ ମତଦାନର ସମୟ ଭିନ୍ନ ମଧ୍ୟ ରହିଛି। ଲୋକସଭା ନିର୍ବାଚନ ସହ ଶୁକ୍ରବାର ଅରୁଣାଞ୍ଚଳ ପ୍ରଦେଶ ଓ ସିକ୍କିମର ୯୨ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେବ।
ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ମତଦାତା ରହିଛନ୍ତି। ଏଥିରେ ୮.୪କୋଟି ପୁରୁଷ ଓ ୮.୨୩ କୋଟି ମହିଳା ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୫.୬୭ ଲକ୍ଷ ମତଦାତା ରହିଛନ୍ତି, ,ଯେଉଁମାନେ ପ୍ରଥମ ଥର ମତଦାନ ସାବ୍ୟସ୍ତ କରିବେ। ୨୦ ରୁ ୨୯ ବର୍ଷ ବୟସର ମତଦାତାଙ୍କ ସଂଖ୍ୟା ୩.୫୧ କୋଟି ରହିଛି। ଏମାନଙ୍କ ପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହେବା ପୂର୍ବରୁ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏପରି କିଛି ରହିଛି, ଯେଉଁଠାରେ ନିର୍ବାଚନ ଶେଷ ହୋଇଯିବ। ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ହେବ। ଲୋକସଭା ନିର୍ବାଚନର ୫୪୩ ଆସନ ପାଇଁ ସାତଟି ପର୍ଯ୍ୟାୟରେ ମତଦାନ ହେବ। ଏହାର ଫଳାଫଳ ୪ ଜୁନ୍ ରେ ଘୋଷଣା କରାଯିବ।

ଚାଲିଛି ମତଦାନ: ମଣିପୁରରେ ଗୁଳି ଫୁଟି ୩ ଆହତ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୩୪% ମତଦାନ

୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଥିବା ବେଳେ ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ଉତ୍ତରାଖଣ୍ଡ ୫, ବିହାର ୪, ଆସାମର ୫, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ର ୫, ଅରୁଣାଞ୍ଚଳ ପ୍ରଦେଶର ୨, ପଶ୍ଚିମବଙ୍ଗର ୩, ମଣିପୁରର ୨, ଜମ୍ମୁ-କାଶ୍ମୀରର ଉଧମପୁର, ଛତିଶିଗଡର ବସ୍ତର, ତ୍ରିପୁରା, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ।

ଏହି ଲଢେଇରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମାଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି।
ନାଗରପୁର – କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ୩ୟ ଥର ପାଇଁ ଏଠାରୁ ନିର୍ବାଚନ ଲଢୁଛନ୍ତି।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

୧୦୨ ଆସନରେ କିଏ କେତେ ମଜଭୂତ-
ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନ ପାଇଁ ଯେଉଁ ନିର୍ବାଚନ ହେଉଛି, ସେଥିରେ ୨୦୧୯ର ଫଳାଫଳ ଦେଖାଗଲେ, ଏଥିରେ ବିଜେପି ମଜଭୂତ ଥିବା ନଜର ଆସୁଛି। ଏଥିରେ ବିଜେପି ୪୦, ଦ୍ରମୁକ ୨୪, କଂଗ୍ରେସ ୧୫ ଆସନରେ ବିଜୟ ଲାଭ କରିଥିଲା।
ପ୍ରଥମ ପର୍ଯ୍ୟାୟରେ ୯ ଆସନ ଏପରି ରହିଛି, ଯାହା ବିଜେପି ଓ କଂଗ୍ରେସର ଗଡ। ୨୦୦୯ ପର ଠାରୁ ସମସ୍ତ ୩ ଲୋକସଭା ନିର୍ବାଚନ ବିଜେପି କିମ୍ବା କଂଗ୍ରେସ ବିଜୟ ହାସଲ କରୁଥିବା ଦେଖାଯାଇ ଆସିଛି। ବିଜେପି ୨୦୦୯, ୨୦୧୪ ଓ ୨୦୧୯ରେ ଜବଲପୁର, ଚୁରୁ, ବିକାନେର, ସିଧୀ, ପିଲଭୀତ ଓ ବାଲାଘାଟ ଆସନରେ ବିଜୟ ଲାଭ କରିଥିବା ବେଳେ କଲିୟାବୋର, ଛିନ୍ଦବାଡା ଓ ଶିଲଙ୍ଗ ଆସନରେ କଂଗ୍ରେସ ବିଜୟ ହାସଲ କରିଥିଲା।

୨୦୧୯ରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୦୨ରୁ ୬୦ ଆସନ ପାଇଁ ନିର୍ବାଚନ ଲଢିଥିଲା। ଏଥି ମଧ୍ୟରୁ ୩୪ ଆସନରେ ୫୦ %ରୁ ଅଧିକ, ୧୯ ଆସନରେ ୩୦-୫୦ % ମଧ୍ୟରେ ଓ ୭ ଆସନରେ ୩୦% ରୁ କମ୍ ମତଦାନ ହାସଲ କରିଥିଲା। ଅପର ପକ୍ଷରେ ଡିଏମକେ ଗତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୪ ଆସନ ପାଇଁ ନିର୍ବାଚନ ଲଢିଥିଲା, ସେ ସେ ସମସ୍ତରେ ବିଜୟ ହାସଲ କରିଥିଲା। ୧୯ ଆସନରେ ୫୦%ରୁ ଅଧିକ ଓ ଅନ୍ୟ ୫ରେ ୩୦ ରୁ ୫୦ ପ୍ରତିଶତ ମଧ୍ୟରେ ମତଦାନ ପାଇଥିଲା।
ସେହିପରି କଂଗ୍ରେସ ଏହି ୧୦୨ ଆସନ ମଧ୍ୟରୁ ୬୫ ଆସନରେ ନିର୍ବାଚନ ଲଢିଥିଲା, ୧୦ ଆସନରେ ୫୦%ରୁ ଅଧିକ ୩୬ ଆସନରେ ୩୦ରୁ ୫୦% ମଧ୍ୟରେ, ୯ ଆସନରେ ୧୦ ରୁ ୩୦ % ମଧ୍ୟରେ ଓ ୧୦ ଆସନରେ ୧୦%ରୁ କମ୍ ରହିଥିଲା।

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

Comments are closed.