www.samajalive.in
Friday, December 5, 2025
26.1 C
Bhubaneswar

୧୫ ହଜାର ଟଙ୍କାରେ ବିକୁଥିଲା ଚୋରା ବୁଲେଟ, ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ : ନୋଏଡା ପୁଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଧରିଛି । ଏମାନେ ଦିଲ୍ଲୀରୁ ବାଇକ ଚୋରି କରି ଉତ୍ତର ପ୍ରଦେଶରେ ବିକୁଥିଲେ। ପୁଲିସର କହିବାନୁସାରେ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଅନେକ ଚୋରି ବାଇକ ଜବତ ହୋଇଛି ।

ପୁଲିସ ସୂଚନା ଅନୁସାରେ ଏହି ଗ୍ୟାଙ୍ଗ ରାଜଧାନୀ ଦିଲ୍ଲୀରେ ବହୁତ ସକ୍ରିୟ ଥିଲେ । ଦିନ ଦ୍ବିପ୍ରହରେ ବାଇକ୍ ଚୋରି କରୁଥିଲେ । ସବୁ ବାଇକକୁ କମ୍ ଦାମରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲାରେ ବିକ୍ରି କରୁଥିଲେ । ଧରାପଡିଥିବା ୩ ଜଣ ଏକ ବୁଲେଟକୁ ୧୫ ହଜାର ଟଙ୍କାରେ ଏବଂ ସ୍ପ୍ଲେଣ୍ଡରକୁ ୯ ହଜାର ଟଙ୍କାରେ ବିକୁଥିଲେ । ସମସ୍ତଙ୍କୁ ଗିରଫ କରିବା ସହ ୨୦ଟି ଚୋରି ବାଇକକୁ ଜବତ କରିଛି ପୁଲିସ ।

ନେଦରଲାଣ୍ଡ୍‌ସରେ ବିରାଜିବେ ରାମଲାଲା

- Advertisement -

ଗିରଫ ହୋଇଥିବା ଯୁବକମାନେ ହେଲେ ରଜନୀକାନ୍ତ ସିଂହ, ତାଙ୍କ ଭାଇ ବିନୟ ଏବଂ ସହଯୋଗୀ ଆଦିତ୍ୟପାଲ ସିଂହ । ସୁରଜପୁର ଥାନାରୁ ଏ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ପୁଲିସ ପିଛା କରି ଏହି ୩ ଜଣଙ୍କୁ ଗିରଫ କରିଥିଲା । ପୁଲିସ କହିଛି କି ରଜନୀକାନ୍ତ ଓ ତାଙ୍କ ଭାଇ ବିନୟ ଗାଡି ଚୋରି କରି ଆଦିତ୍ୟକୁ ବିକ୍ରି କରିଦିଅନ୍ତି । ସେ ଏହି ଗାଡିକୁ ଅଲୀଗଡ, ଏଟା, ଫରୁଖାବାଦ ଏବଂ ଆଖପାଖ ଅଞ୍ଚଳରେ ଗାଡିକୁ କମ୍ ଦାମରେ ବିକ୍ରି କରିଥାଏ । ତେବେ ତାଙ୍କ ଗ୍ୟାଙ୍ଗରେ ଆଉ କେତେ ଜଣ ସାମିଲ ଅଛନ୍ତି ସେନେଇ ଖୋଳତାଡ କରୁଛି ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୭ଟି ବୁଲେଟ, ୧ ଟିଭିଏସ ଆପାଚେ, ୧ ୟାମାହା ଏଫଜେଡ୍, ୯ଟି ହିରୋ ସ୍ପ୍ଲେଣ୍ଡର ଏବଂ ୧ ହିରୋ ପ୍ୟାସନ ପ୍ରୋ ଜବତ କରିଛି ପୁଲିସ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories