www.samajalive.in
Tuesday, December 9, 2025
19.1 C
Bhubaneswar

ଆଜି ବ୍ରଜରାଜନଗର ପାଇବ ନୂଆ ବିଧାୟକ : ଆରମ୍ଭ ହେଲା ଭୋଟଗଣତି, କିଏ ମାରିବ ବାଜି?

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ। ସକାଳ ୮ରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ। ଏହି ଫଳାଫଳରୁ ରାଜ୍ୟ ରାଜନୀତି ନେଇ ଆସିବ ବଡ଼ ସଙ୍କେତ। ଏହି ଉପ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏହା ସାଜିଛି ଏସିଡ଼ ଟେଷ୍ଟ। ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର ।
ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ରୁ ଆରମ୍ଭ ହୋଇଛି। ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ଆରମ୍ଭ ହୋଇଛି ଭୋଟ ଗଣତି। ମତ ଗଣନାକୁ ଅଧିକ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଥମେ ଡାକଯୋଗେ ଆସିଥିବା ପୋଷ୍ଟାଲ ବାଲଟ ପେପର ଗଣତି କରାଯାଉଛି।

 

- Advertisement -

ଏହାର ୩୦ ମିନିଟ ପରେ ଇଭିଏମ ଭୋଟ ଗଣତି କରାଯିବ। ଏତଦ୍‌ବ୍ୟତୀତ ୫ଟି ବୁଥର ଭିଭିପାଟ ସ୍ଲିପ୍‌ ଗୁଡ଼ିକୁ ଗଣତି କରାଯିବ। ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ମାଇକ୍ରୋ ଅବଜରଭର, ୨୦ ଗଣତି ପର୍ଯ୍ୟବେକ୍ଷକ, ୨୦ ଗଣତି ସହକାରୀ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ଗଣତି କାର୍ଯ୍ୟ ନିରୀକ୍ଷଣ ପାଇଁ ୬୩ ଜଣ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା ହୋଇଥିବା ବେଳେ ୨୦ ରାଉଣ୍ଡରେ ଭୋଟ ଗଣତି ସରିବ। ଅପରାହ୍ଣ ୨ଟାରୁ ୩ଟା ସୁଦ୍ଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories