ଭୋଟ ଗଣତି ଦ୍ୱନ୍ଦ୍ୱ – ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ କରିବ ପିଟିଆଇ
ଡେସ୍କ: ପାକିସ୍ତାନରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶରେ ବିଳମ୍ବକୁ ଦୃଷ୍ଟିରେ ରଖି ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ପକ୍ଷରୁ ଭୋଟର ପବିତ୍ରତା ବଜାୟ ରଖିବା ପାଇଁ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଆହ୍ୱାନ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ସ୍ୱାଧୀନ ପ୍ରାର୍ଥୀମାନେ ସର୍ବାଧିକ ୧୦୦ ଆସନରେ ବିଜୟୀ ହୋଇଛନ୍ତି।
କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ
ପିଟିଆଇର କୋର କମିଟି ବୈଠକରେ ଆଜି ଅପରାହ୍ନ ୨ଟାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ଘୋଷଣା କରାଯାଇଛି। ବୈଠକରେ ନିର୍ବାଚନ ଫଳାଫଳ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ଯୋଗଦାନକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି ପିଟିଆଇ କହିଛି।
Comments are closed.