www.samajalive.in
Saturday, December 13, 2025
21.1 C
Bhubaneswar

ବାଲିଗୁଡାରେ ପୁଣି ଲାଗିଲା ମାଓ ପୋଷ୍ଟର: ପୁଲିସ୍ ଗୁଳିରେ ନିହତ ହୋଇଥିବା ମାଓନେତା ଦାସୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରା ଗଟାଙ୍ଗୀ କମ୍ବାରକିଆ ଛକରୁ ମାଓପୋଷ୍ଟର ଠାବ ହୋଇଛି। କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି। ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସୁରୁଙ୍କୁ ମାଓ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ପୁଲିସ୍ ବାହିନୀ  ଦାସୁରୁଙ୍କୁ ଯେଭଳି ଭାବେ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଏହାକୁ ମାଓ ସଙ୍ଗଠନ ତୀବ୍ର ନିନ୍ଦା କରିଛି। କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଦାସୁରୁଙ୍କୁ ସହିଦର ଆଖ୍ୟା ଦିଆଯିବା ସହ ମାଓନେତା ଦାସୁରୁଙ୍କ ବଳିଦାନ୍ ବ୍ୟର୍ଥ ଯିବ ନାହିଁ ବୋଲି ପୋଷ୍ଟରରେ କୁହାଯାଇଛି। ଗତ ୨୦୧୪ ମସିହାରୁ ଦାସୁରୁ  ମାଓ ସଙ୍ଗଠନରେ ସାମିଲ ହୋଇ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସେପଟେ  ମାଓ ପୋଷ୍ଟର ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories