କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ୧୧ ଘଣ୍ଟା ଜେରା କଲା ଇଡି

ରାଞ୍ଚି: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜମି ଠକେଇ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସଦସ୍ୟ ଧୀରଜ ପ୍ରସାଦ ସାହୁଙ୍କୁ ଦୀର୍ଘ ୧୧ ଘଣ୍ଟା ଜେରା କରିଛି। ପଚରାଉଚରା କରିଥିଲା। କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାରେ ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଧୀରଜ ସାହୁ(୬୪) ଶନିବାର ଦିନ ୧୧ଟାରେ ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ରାତି ୧୦ଟା ସମୟରେ ସେଠାରୁ ବାହାରିଥିଲେ।

prayash

ଅଧିକାରୀ କହିଛନ୍ତି ଯେ, ପଚରାଉଚରା ଶେଷ ହୋଇ ନ ଥିବାରୁ ରବିବାର ତାଙ୍କୁ ପୁଣି ଡକାଯାଇଛି। ଗତ ବର୍ଷ ଡିସେମ୍ବର ମାସରେ ଆୟକର ବିଭାଗ ଦ୍ବାରା ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ(ବିଡିପିଏଲ) ସହ ଜଡିତ ପରିସରରେ ତଲାସୀ କରିବା ସମୟରେ ୩୫୧.୮ କୋଟି ଟଙ୍କାର ନଗଦ ଜବତ ହେବା ପରେ କଂଗ୍ରେସ ସାଂସଦ ଚର୍ଚ୍ଚାର ପରିସରକୁ ଆସିଥିଲେ।

Comments are closed.