ଡେସ୍କ: କଂଗ୍ରେସ ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ବାରମ୍ବାର ଦଳ ବିରୋଧୀ ବୟାନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରମୋଦ କୃଷ୍ଣମଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବାକୁ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସେ କଂଗ୍ରେସ ଟିକେଟରେ ଲକ୍ଷ୍ନୌରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।
ସମ୍ବଲପୁରରେ ଫାଇଭ୍-ଟି ଅଧ୍ୟକ୍ଷ : ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ
ପ୍ରମୋଦ କୃଷ୍ଣମ ନିକଟରେ କଂଗ୍ରେସ ବିରୋଧରେ ସର୍ବସାଧାରଣରେ ଦେଇଥିବା ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପବିତ୍ର ସମାରୋହରେ ଯୋଗ ନଦେବା ସମେତ କଂଗ୍ରେସର ଅନ୍ୟ କେତେକ ନିଷ୍ପତ୍ତିକୁ ସେ ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ନଦେବା ଦଳର ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଭଗବାନ ରାମଙ୍କ ବିନା ଦେଶ କଳ୍ପନା କରାଯାଇପାରିବ ନାହିଁ।



