www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ବଲପୁରରେ ଫାଇଭ୍-ଟି ଅଧ୍ୟକ୍ଷ : ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ରବିବାର ଭୋରରୁ ମା ସମଲେଇଙ୍କ ମନ୍ଦିର ଯାଇ ମା ସମଲେଇଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ମନ୍ଦିରର ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସମଲେଇଙ୍କୁ ଦର୍ଶନ କରିବା ପରେ ସେ  ପତାକା ଦେଖାଇ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହାପରେ ଭୀମସାର ଷ୍ଟାଡିୟମରେ ପହଞ୍ଚିିଥିଲେ ପାଣ୍ଡିଆନ୍ । ସେଠାରେ କିଛି ସମୟ କ୍ରିକେଟ୍ ଖେଳିଥିଲେ । ଏହାସହ ସେଠାରେ ଜିଲ୍ଲାର ସ୍ପୋର୍ଟସ୍ ଓ ଆଟଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories