କଡା ସୁରକ୍ଷାରେ ଭୋଟ ବାକ୍ସ; ୧୫୦ ପ୍ରାର୍ଥୀଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମରେ

ଗୁଡଭେଲା: ଗୁଡଭେଲା ପଞ୍ଚାୟତ ସମିତିରେ ଗତ ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବା ପରେ ୧୫୦ ପ୍ରାର୍ଥଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବଳୟରେ ରହିଛି। ପଞ୍ଚାୟତ ସମିତିରେ ୧୫୧ଟି ବୁଥରେ ୩୭୩୫୫ ଭୋଟରୁ ୩୧୭୫୩ ଜଣ ଭୋଟର୍‍ ମତଦାନ କରିଛନ୍ତି। ୮୫.୩୮ ପ୍ରତିଶତ ମତଦାନ ହୋଇଛିା ଏଥିରେ ୧୩ ଟି ପଞ୍ଚାୟତରରେ ୫ ଓ ୬ ନମ୍ବର ଜିଲା ପରିଷଦ ଜୋନ ପାଇଁ ତିନି ପ୍ରମୁଖ ଦଳର ୬ ଜଣ ପ୍ରାର୍ଥୀ ରହିଛନ୍ତି। ୧୩ଟି ପଞ୍ଚାୟତରେ ୩୪ ଜଣ ସମିତି ସଭ୍ୟ,୧୨ଟି ପଞ୍ଚାୟତ ୧୨ଟି ସରପଞ୍ଚ ଏବଂ ୨୯ଟି ୱାର୍ଡର ୬୩ ଜଣ ପ୍ରତିଦ୍ୱନ୍ଦୀ କରୁଥିଲେ। ଜଣେ ସରପଞ୍ଚ ଓ ୧୧୪ ଜଣ ୱାର୍ଡ ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହୋଇଥିଲେ। ବ୍ଲକର ରାଜୀବ ଗାନ୍ଧି ସେବା କେନ୍ଦ୍ରରେ କଡା ସୁରକ୍ଷାରେ ଭୋଟ ବାକ୍ସ ରଖା ଯାଇଛି। ଭିତରକୁ ଯିବାକୁ ହେଲେ ତିନୋଟି ଗେଟ ରହିଥିବା ସହ ଷ୍ଟ୍ରଙ୍ଗ ରୁମର ମୁଖ୍ୟ ଗେଟକୁ ସିଲ କରାଯାଇଛି। ସୁରକ୍ଷା ପାଇଁ ୧୨ଟି ସିସିଟିଭି ଖଞ୍ଜା ଯାଇଛି। ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ୨୬ ତାରିଖ ପ୍ରଥମ ଦିନରେ ୫ ନମ୍ବର ଜୋନରୁ ଆରମ୍ଭ ହେବାକୁ ଥିବାରୁ ଭୋଟ ଗଣତି ପାଇଁ ୫ଟି ଟେବୁଲ ତିଆରି କରିବା ସହ ଚାରି ପାଖରେ ଜାଲି ଦିଆଯାଇଛି। ସେହିପରି ୨୭ ତାରିଖରେ ୬ ନମ୍ବର ଜୋନ ପାଇଁ ଭୋଟ ଗଣତି ରଖାଯାଇଥିବାରୁ ୮ଟି ପଞ୍ଚାୟତ ପାଇଁ ୮ଟି ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲ ପାଇଁ ଜଣେ ପର୍ଯ୍ୟବେକ୍ଷକ ସହ ଦୁଇ ଜଣ ଭୋଟ ଗଣତି ପାଇଁ ଅଧିକାରୀକୁ ନିଯୁକ୍ତ କରାଯାଇଛି। ଏହା ସହ ଭୋଟ ବାକ୍ସକୁ ପରିବହନ ପାଇଁ ଜଣେ ଲେଖାଏଁ ଅଧସ୍ତନ କର୍ମଚାରୀକୁ ରଖାଯାଇଛି।

kalyan agarbati

Comments are closed.