ମଙ୍ଗଳବାର ଲକ୍ଷ୍ମୀପୁର ଆସୁଛନ୍ତି ୫ ଟି ଅଧ୍ୟକ୍ଷ ,  ୪ ଟି ବ୍ଲକ ପାଇଁ ହେବ ଜନ ଶୁଣାଣୀ, ହେବ ଏକ ସାଧାରଣ ସଭା

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଚାରୋଟି ବ୍ଲକ ନାରାୟଣପାଟଣା , ବନ୍ଧୁଗାଁ , ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ ପାଇଁ ଲକ୍ଷ୍ମୀପୁର ସ୍ଥିତ ମିନି ଷ୍ଟାଡିୟମ୍ ଠାରେ ମଙ୍ଗଳବାର ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ହେବାର ଅଛି । ଅନ୍ୟ ପକ୍ଷରେ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ବୋଲି କୁହାଯାଉଛି ।

prayash

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜନ ଶୁଣାଣୀର ଆୟୋଜନ କରାଯାଇଥିବା ଏକ ପ୍ରକାର ପ୍ରତିୟମାନ ହେଉଛି । ଉକ୍ତ କାର୍ଯ୍ଯ କ୍ରମରେ ଓଡ଼ିଶା ସରୋ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଟି ବ୍ଲକର ବିଭିନ୍ନ ବ୍ଯକ୍ତିଗତ ହେଉ ଅବା ଗୋଷ୍ଠିଗତ ସମସ୍ଯାର ସମାଧାନ ପାଇଁ କୁଆଡ଼େ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ବୋଲି ଶୁଣିବାକୁ ମିଳୁଛି । ଏହାର ଦୁଇ ଦିନ ପୁର୍ବରୁ କୋରାପୁଟ ଜିଲାପାଳଙ୍କ ଏମ ଅବଦ୍ଦଲ ଅଖତାର ଲକ୍ଷ୍ମୀପୁର ଗ୍ରସ୍ତ ରେ ଆସି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ରାନ୍ବିତ ହୋଇ ପାରିବ ସେନେଇ ହେଲିପ୍ଯାଡ଼୍ ସହିତ ଯେଉଁ ମିନି ଷ୍ଟାଡିୟମରେ ଏହା ହେବ ସେଠାକୁ ବୁଲି ଦେଖିଛନ୍ତି । ସେହିପରି ସୋମବାର ଜିଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାକର ମଧ୍ଯ ଲକ୍ଷ୍ମୀପୁର ଆସି ସ୍ଥିତି ରଖିଛନ୍ତି । ସେହିପରି ୫୦ ରୁ ଉର୍ଦ୍ଧ୍ବ ଆରକ୍ଷୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୬ ପ୍ଲାଟୁନ୍ ରୁ ଊର୍ଦ୍ଧ୍ବ ସୁରକ୍ଷା କର୍ମୀଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ଯବସ୍ଥା କରାଯାଇଛି । ଅନ୍ଯପକ୍ଷରେ ବିଜୁଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ଯ ସୋମବାର ରାତିରେ ଲକ୍ଷ୍ମୀପୁର ଆସି ବ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ କାହାକୁ କେଉଁ ଦାୟିତ୍ବ ପ୍ରଦାନ କରାଯାଇଛି , ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ସମନ୍ବୟ ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁନୀଲ ମହାନ୍ତି ମହାନ୍ତିଙ୍କ ସମେତ ଜିଲା ସଭାପତି ଝିନ ହିକକା , ଜିଲା ଓ ବ୍ଲକ ସ୍ତରୀୟ ନେତୃ ବୃନ୍ଦଙ୍କ ସହିତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇ , ଏସଡିପିଓ ବିରଞ୍ଚିନାରାୟଣ ଜଗତ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.