www.samajalive.in
Saturday, December 6, 2025
15.1 C
Bhubaneswar

୧୯୩୪ ମସିହାରେ ସମାଜରେ ପ୍ରକାଶ ପାଇଥିବା ଖବର

କଟକରେ ଗାନ୍ଧୀ
କଟକ,୮।୧।୩୪: ମହାତ୍ମା ଗାନ୍ଧୀ ହରିଜନ ଆନ୍ଦୋଳନ ସମ୍ପର୍କରେ ଆସନ୍ତା ଫେବୃଆରୀ ମାସରେ କଟକ ଆସିବେ। ସେ କଟକ ଜିଲାରେ ଅନେକ ମଫସଲ ମଧ୍ୟ ଗସ୍ତ କରିବେ। ସ୍ଥାନୀୟ ହରିଜନ ସେବକ ସଂଘ ଯେ ଗସ୍ତ ନିର୍ଘଣ୍ଟ ପ୍ରକାଶ କରିଛନ୍ତି, ସେଥିରେ କେନ୍ଦ୍ରାପଡ଼ା ଯିବାବେଳେ ବାଟରେ ପ୍ରଥମେ ବିଶ୍ରାମ କରିବେ ବୋଲି ବ୍ୟବସ୍ଥା ଅଛି।
ବମ୍ବେ-କଲିକତା ଉଡ଼ାଜାହାଜ
ସରକାରୀ ଅନୁମତି ମିଳିଲେ ହେବ
ବମ୍ବେ, ୬।୧।୩୪: ନିକଟରେ ଭାରତୀ ଉଡ଼ାଜାହାଜ ସର୍ଭିସ୍‌ରେ ଦୁଇଟା ବିଶେଷ ଉନ୍ନତି ଚାଲିଛି। ଗୋଟିଏ ହେଉଛି କରାଚୀରୁ ମାନ୍ଦ୍ରାଜକୁ ଯେ ଉଡ଼ାଜାହାଜ ଯା’ଆସ କରୁଛି, ତାହା କଲମ୍ବୋ ପର୍ଯ୍ୟନ୍ତ ବଢ଼ାଇଦେବା ଏବଂ ବମ୍ବେରୁ କଲିକତାକୁ ଦୈନିକ ଉଡ଼ାଜାହାଜ ଯା’ଆସ କରିବାର ବ୍ୟବସ୍ଥା କରିବା।
ଇଂଲଣ୍ଡ ବିରୋଧରେ ପ୍ରଚାର
ଶ୍ରୀଯୁକ୍ତ ସୁଭାଷ ବୋଷଙ୍କ କାର୍ଯ୍ୟ
ଲଣ୍ଡନ,୬।୧।୩୪: ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବୋଷ ଇଟାଲୀ ରାଜ୍ୟର ରାଜଧାନୀ ରୋମ୍ଠାରୁ ପ୍ରକାଶ ପାଉଥିବା ଏକ ଖବରକାଗଜ ଜରିଆରେ ବିଲାତ ସରକାର ବିରୁଦ୍ଧରେ ପ୍ରଚାର କରିଥିବାର ପ୍ରକାଶ ପାଇଛି।
ଭାରତ ସମବାୟ ସମ୍ମିଳନୀ
ପାଟଣା, ୬।୧।୩୪: ଏ ମାସ ଶେଷ ଆଡ଼କୁ ଦିଲ୍ଲୀଠାରେ ନିଖିଳ ଭାରତ ସମବାୟ ସମିତିର ସମ୍ମିଳନୀ ହେଉଛି। ଭାରତ ସରକାର ପକ୍ଷରୁ ଏ ସମ୍ମିଳନୀର ଆୟୋଜନ। ବିହାର-ଓଡ଼ିଶାରୁ ସିଭିଲିଆନ୍ ରେଜିଷ୍ଟ୍ରାର ମିଷ୍ଟର ଅନ୍ ସୋଜର୍ସେ ସମ୍ମଳିନୀର ସେକ୍ରେଟାରୀ ହୋଇଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories