ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ନିର୍ଦେଶକ

କଟକ : ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଭାବେ ଡା. ଲଲାଟେନ୍ଦୁ ଷଡଙ୍ଗୀ ନିଯୁକ୍ତି ପାଇଛନ୍ତି।

 

prayash

ଏଥିସହ ସେ ମେଡିକାଲର ପ୍ରଶାସନିକ ବିଭାଗର ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ। ଡା. ଷଡଙ୍ଗୀ ଏହା ପୂର୍ବରୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦେଶକ ଭାବେ ଦୀର୍ଘବର୍ଷ ଧରି ସଫଳତାର ସହିତ କାର୍ଯ୍ୟ କରିଥିଲେ। ଡା. ଷଡଙ୍ଗୀଙ୍କ ଚିକିତ୍ସା ସେବା କ୍ଷେତ୍ରରେ ୪୦ବର୍ଷର ଅଭିଜ୍ଞତା ରହିଛି। ଡା. ଷଡଙ୍ଗୀଙ୍କ ନୂତନ ନିଯୁକ୍ତକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Comments are closed.