www.samajalive.in
Monday, December 15, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ: ଗାଡ଼ିରୁ ୯୯, ୯୫୦ଟଙ୍କା ଓ ବ୍ଲାଙ୍କ ଚେକ୍ ଜବତ

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ବିଭିଗ ପକ୍ଷରୁ ଚଢାଉ କରାଯାଉଥିବା ଜଣାଯାଇଛି। ଭିଭିଲାନ୍ସ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ କରିଥିଲେ। ତାଙ୍କର ଗାଡି ଯାଞ୍ଚବେଳେ ନଗଦ ୯୯, ୯୫୦ଟଙ୍କା ଏବଂ ଘରୁ ଏକ ଲକ୍ଷ ଟଙ୍କାର ବ୍ଲାଙ୍କ ଚେକ୍‌ ଜବତ ହୋଇଛି।

- Advertisement -

କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରଫୁଲ୍ଲ କୁମାର ନାଏକ ଆଜି ଜନୈକ ଶିକ୍ଷକଙ୍କ କାରରେ ତାଙ୍କ ନିଜ ଘର ବରଗଡ ଯାଉଥିବା ବେଳେ କୁଚିଣ୍ଡା ଉପଖଣ୍ଠର ସାତକମା ନିକଟରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଗାଡିକୁ ପ୍ରଥମେ ଯାଞ୍ଚ କରାଯାଇଥିଲା। ଗାଡିରେ ୯୯୯୫୦ଟଙ୍କା ସମେତ ଗୋଟିଏ ମୋବାଇଲ, ଚାଉଳ, ପନିପରିବା ଆଦି ରହିଥିଲା। ସେଥିରେ ଅଫିସର ବଦଳୀ ଫାଇଲ ମଧ୍ୟ ରହିଥିଲା। ପରେ ସଂପୃକ୍ତ ଦଳ କୁଚିଣ୍ଡା ସ୍ଥିତ ତାଙ୍କ ଅଫିସ, ଭଡାଘରକୁ ଚଢାଉ କରିଥିଲେ। ତାଙ୍କ ଠାରୁ ଜନୈକ ଶିକ୍ଷକଙ୍କ ଏକ ଲକ୍ଷ ଟଙ୍କାର ବ୍ଲାଙ୍କ ଚେକ ପାଇଥିଲେ। ଅନରୂପ ଭାବେ ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ ବରଗଡ ସହରସ୍ଥ ମାରୁତି ସୋ ରୁମ ପାଖରେ ଥିବା ତାଙ୍କ ଘର, ତାଙ୍କ ନିଜସ୍ୱ ଗ୍ରାମ ବିଜେପୁର ଘର ଓ ତାଙ୍କ ଶ୍ୱଶୁର ଘର ଗାଇସିଲେଟରେ ଚଢାଉ ଚାଲିଥିବା ସୂଚନା ହସ୍ତଗତ ହୋଇଛି। ଶ୍ରୀ ନାଏକ କୁଚିଣ୍ଡାରେ ଗତ ଦୁଇବର୍ଷ ତଳେ ବିଇଓ ଭାବେ ଯୋଗ ଦେଇଥିଲେ। ମାତ୍ର ସମ୍ପ୍ରତି ମ୍ୟାଟିକ୍ର ସିଟିର ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ୨୮୦୦ ଗ୍ରେଡପେରୁ ବେଆଇନ ଭାବେ ୪୨୦୦ଗ୍ରେଡ ପେ ଦେଇ ବିବାଦକୁ ଆସିଥିଲେ। ଏପରିକି ସେ ସରକାରଙ୍କ ବିନା ଅନୁମାତିରେ ପ୍ରାୟ ୬୦ଲକ୍ଷ ଟଙ୍କା ସରକାରୀ ତହବିଲରୁ ୨୦ରୁ ଉର୍ଦ୍ଧ ଶିକ୍ଷକଙ୍କୁ ଅରିଅର ଆକାରରେ ପ୍ରଦାନ କରିଥିଲେ। ଏଥିପାଇଁ ସେ ଲକ୍ଷାଧିକ ଟଙ୍କା ଅସୁଲ କରିଥିବା ଅଭିଯୋଗ ହୋଇଥିଲା। ଏପରିକି କେତେକ ଶିକ୍ଷକ ଟଙ୍କା ନଦେବାରୁ ତାଙ୍କ ବ୍ଲାଙ୍କ ଚେକ ରଖି ଅସୁଲ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲାପାଳ ଓ ସମ୍ବଲପୁର ଶିକ୍ଷା ଅଧିକାରୀଙ୍କ ଅଜାଣତରେ ଏବଂ ବିନା ଅନୁମୋଦନରେ ୫୦ରୁ ଉର୍ଦ୍ଧ ଶିକ୍ଷକଙ୍କ ବଦଳୀ କରି ବିବାଦରେ ଛନ୍ଦି ହୋଇପଡିଥିଲେ। ସଂପ୍ରତି ଜନୈକ ଶିକ୍ଷୟିତ୍ରୀ ବିଇଓଙ୍କୁ ଦେଇଥିବା ବ୍ଲାଙ୍କ ଚେକର ଫଟୋ ଉଠାଇଥିଲେ ଏବଂ ସେହି ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଥିଲେ। ତାଙ୍କର ଆଉ ମାତ୍ର ୨୦ଦିନ ପରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ଆଜି ଭିଜିଲାନ୍ସ ହାବୁଡରେ ପଡିଥିବା ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories