ଡାକ୍ତରୀ ପାଠ୍ୟକ୍ରମରୁ କୁମାରୀତ୍ୱ ପରୀକ୍ଷା ଶବ୍ଦ ହଟାଇବାକୁ ପ୍ରସ୍ତାବ

0

ମୁମ୍ବଇ: ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବହିରୁ କୁମାରୀତ୍ୱ ଶବ୍ଦ ଅପ୍‍ସାରଣ ପାଇଁ ଜଣେ ଫରେନ୍‍ସିକ୍‍ ମେଡିସିନ୍‍ ପ୍ରଫେସର ପ୍ରସ୍ତାବ ଦେଇଛନ୍ତି। କୁମାରୀତ୍ୱ ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନଥିବାରୁ ପାଠ୍ୟକ୍ରମରୁ ଏହି ବିବାଦୀୟ ପ୍ରସଙ୍ଗ ବାଦ୍‍ ଦେବାକୁ ସେ ଯୁକ୍ତି ଉପସ୍ଥାପନ କରିଛନ୍ତି। ୩୦ଟି ଏମ୍‍ବିବିଏସ୍‍ ଓ ଫରେନ୍‍ସିକ୍‍ ମେଡିସିନ୍‍ ପାଠ୍ୟବହିର ବିଷୟବସ୍ତୁ ଓ ତର୍ଜମା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗତ ଡିସେମ୍ବର ୨୬ ତାରିଖରେ ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
େମେଡିକାଲ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆକୁ ଦେଇଥିବା ଏକ ରିପୋର୍ଟରେ ଡ. ଇନ୍ଦ୍ରଜିତ ଖାଣ୍ଡେକର ନାମକ ଏହି ପ୍ରଫେସର ଦର୍ଶାଇଛନ୍ତି ଯେ କୁମାରୀତ୍ୱ ପରୀକ୍ଷା ମହିଳାଙ୍କ ପାଇଁ ମନସ୍ତାତ୍ତ୍ୱିକ ନିର୍ଯାତନା। ପାଠ୍ୟକ୍ରମରେ କେବଳ କୁମାରୀତ୍ୱ ବିଷୟରେ ଲେଖାଯାଇଛି। କେଉଁଠାରେ ମଧ୍ୟ କୁମାରତ୍ୱ ବିଷୟରେ ଗୁରୁତ୍ୱାରୋପ କରାଯାଇନି। ଏପରିକି କୁମାରୀତ୍ୱ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉନାହିଁ। କେବଳ କୁମାରୀତ୍ୱର ଭୁଲ୍‍ ଓ ଠିକ୍‍ ବିଷୟରେ କୁହାଯାଉଛି। ବଳାତ୍କାର ଅଭିଯୋଗ ପରେ ପୀଡ଼ିତାଙ୍କ କୁମାରୀତ୍ୱ ପରୀକ୍ଷା ବା ଡାକ୍ତରୀ ମାଇନାକୁ ସୁପ୍ରିମକୋର୍ଟ ୨୦୧୩ରେ ଅସିଦ୍ଧ ଘୋଷଣା କରିଥିବା ବେଳେ ମହାରାଷ୍ଟ୍ର ଏକମାତ୍ର ରାଜ୍ୟ ଭାବେ ଏହି ନିର୍ଦେଶନାମା ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି।

kalyan agarbati
Leave A Reply