www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୪ରେ ବିରାଟ, ବାବର ରାଜୁତି କରିବେ: ହୁସେନ୍‌

ନୂଆଦିଲ୍ଲୀ, : ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ନାସେର ହୁସେନ୍ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ବର୍ଷରେ ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମ୍‌ କ୍ରିକେଟ୍‌ ଦୁନିଆରେ ରାଜୁତି କରିବେ। ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ରିଲିଜ୍‌ ହୋଇଥିବା ଏକ ଭିଡିଓରେ ହୁସେନ୍‌ ଏହି ଦୁଇ ଏସୀୟ ତାରକା ବ୍ୟାଟ୍‌ସମ୍ୟାନଙ୍କ ନାମ ନେଇଛନ୍ତି।

ନାସେର ହୁସେନ୍‌ ଉକ୍ତ ଭିଡିଓରେ କହିଛନ୍ତି, ୨୦୨୩ ବର୍ଷରେ ବିରାଟ ଚମତ୍କାର ବ୍ୟାଟିଂ କରିଥିଲେ। ବିଶ୍ବକପ୍‌​‌େ​‌ର ତାଙ୍କ ବ୍ୟାଟିଂ ଉଚ୍ଚକୋଟୀର ଥିଲା। ବିଶ୍ବକପ୍‌ରେ କୋହଲି ଏକାଧିକ କୀର୍ତ୍ତିମାନ ଭାଙ୍ଗିଥିଲେ ଏବଂ ସମସ୍ତଙ୍କ ଧ୍ୟାନ ଏହା ଉପରେ ଥିଲା। ବୋଧହୁଏ ସେଥିପାଇଁ ବିରାଟ କିପରି ଚମତ୍କାର ବ୍ୟାଟିଂ କରିଥିଲେ; ତାହା ଆମ ନଜରରେ ନଥିଲା। ଟେକ୍‌ନିକ ଦୃଷ୍ଟିରୁ​‌ ଦେଖିଲେ ବିରାଟ ପୂର୍ବରୁ ଏପରି ବ୍ୟାଟିଂକରିବା ଦେଖିନାହିଁ। ବିଶ୍ବକପ୍‌ରେ ଅତିକମ୍‌ରେ ୫ଟି ଇନିଂସରେ ବିରାଟ କୋହଲି ଉଚ୍ଚକୋଟୀର ବ୍ୟାଟିଂ କରିି​‌ଥିଲେ। ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ବ୍ୟାଟ୍‌ରୁ ଯେପରି ଶବ୍ଦ ବାହାରୁଥିଲା; ତାହା ଜଣେ ଚମ୍ପିଆନ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ପରିଚୟ। ଏହିରୁ ସ୍ପଷ୍ଟ ​‌େ​‌ଯ ମାନସିକ ଭାବେ କୋହଲି ସ୍ଥିର ଅଛନ୍ତି ଏବଂ ତାଙ୍କ କ୍ରିକେଟ୍‌ ଚମତ୍କାର ରହିଛି। ୨୦୨୩ରେ କୋହଲି ୮ଟି ଟେଷ୍ଟମ୍ୟାଚ୍‌ ଖେଳି ୫୫.୯୧ ଆଭ୍‌ରେଜରେ ୬୭୧ ରନ୍‌ କରିଥିଲେ। ଏଥିରେ ୨ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ଥିଲା। ୨୦୨୩ରେ ୨୭ଟି ଦିନିକିଆରୁ କୋହଲି ୭୨.୪୭ ଆଭ୍‌ରେଜରେ ୧୩୭୭ ରନ୍‌ କରିଥିଲେ। ଏଥିରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା। ଅପରାଜିତ ୧୬୬ ତାଙ୍କର ସର୍ବାଧିକ ସ୍କୋର୍ ଥିଲା। ମୋଟଉପରେ ୨୦୨୩ରେ ୨୫ଟି ଆନ୍ତର୍ଜାତିକ ମ୍ୟାଚ୍‌ରୁ ୬୬.୦୬ ଆଭ୍‌ରେଜରେ ୮ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୨୦୪୮ ରନ୍‌ କରିଛନ୍ତି।

- Advertisement -

ବିଶ୍ବକପ୍‌ରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ବାବର ଆଜମ୍‌ ନେତୃତ୍ବରୁ ଓହରି ଯାଇଥିଲେ। ଏବେ ନେତୃତ୍ବର ଭାର ହରାଇଥିବା ବାବର ୨୦୨୪​‌େ​‌ର ପ୍ରବଳ ରନ୍‌ ସ୍କୋର୍‌କରିବେ ବୋଲି ପୂର୍ବାନୁମାନ କରିଛନ୍ତି ନାସେର ହୁସେନ୍‌। ଜୁନ୍‌ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳା ଯାଉଥିବା ବେଳେ ଏଥିରେ ପାକିସ୍ତାନ ପାଇଁ ବାବର ରନ୍‌ ସ୍କୋର୍‌କରି ଦଳକୁ ଜିତାଇବେ ବୋଲି ହୁସେନ୍ କହିଛନ୍ତି। ୨୦୨୨ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ପାକିସ୍ତାନ ପହଞ୍ଚିଥିଲେ ହେଁ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ହୁସେନ୍‌ଙ୍କ ଭାଷାରେ, ୨୦୨୪ ବାବର ଓ ପାକିସ୍ତାନ ପାଇଁ ବଡ଼ ବର୍ଷ ହେବାକୁ ଯାଉଛି। ତାଙ୍କ କାନ୍ଧରେ ନେତୃତ୍ବର ବୋଝ ନାହିଁ। ତେଣୁ ସେ ପାକିସ୍ତାନ ପାଇଁ ବହୁତ ରନ୍ ସ୍କୋର୍‌କରିବେ। ଦଳ ବାବରଙ୍କଠାରୁ ବଡ଼ ରନ୍‌ ମଧ୍ୟ ଆବଶ୍ୟକ କରେ। ଟ୍ବେଣ୍ଟି୨୦ ବିଶ୍ବକପ୍‌​‌େ​‌ର ବାବର ଭଲ ପ୍ରଦର୍ଶନ କଲେ ପାକିସ୍ତାନ କ୍ରମାଗତ ୨ୟ ଥର ଫାଇନାଲ ଖେଳିପାରିବ। ୨୦୨୩ରେ ବାବର ୫ଟି ଟେଷ୍ଟରୁ ୨୨.୬୬ ଆଭ୍‌ରେଜରେ ୨୦୪ ରନ୍‌ ସ୍କୋର୍‌ କରିଥିଲେ। ପୁଣି ଏହିବର୍ଷ ସେ ୨୫ଟି ଦିନିକିଆ ମ୍ୟାଚ୍‌ରୁ ୪୬.୩୦ ଆଭ୍‌ରେଜରେ ୧୦୬୫ ରନ୍‌ କରିଛନ୍ତି। ଏଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ୫ଟି ଟ୍ବେଣ୍ଟି୨୦ ଇନିଂରୁ ବାବର ୪୩.୩୩ ଆଭ୍‌ରେଜରେ ଗୋଟିଏ ଶତକ ସହ ୧୩୦ ରନ୍‌ କରିଛନ୍ତି। ମୋଟଉପରେ ୨୦୨୩ରେ ୩୫ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ବାବର ୩୯.୯୭ ଆଭ୍‌ରେଜରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୧୩୯୯ ରନ୍‌ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories