ବନ୍ୟା ପାଣିରେ ଭାସିଗଲା ଚଳନ୍ତା ବୋଲେରୋ; ଦେଖନ୍ତୁ ଏହି ଭିଡିଓ

ଟିକିଏ ଅସାବଧାନତା ନେଇପାରେ ଜୀବନ । ଗୋଟିଏ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ରାସ୍ତାର ଅପର ପକ୍ଷରେ ଅଟକି ରହିଛି ବହୁ ଗୁଡ଼ିଏ ଗାଡ଼ି । ହେଲେ ବିପରିତ ଦିଗରୁ ଜଣେ ଡ୍ରାଇଭର କିପରି ନିଜର ଉଦ୍ଧତାର ସହ ପୋଲଟିକୁ ଅତିକ୍ରମ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓକୁ..

ମାତ୍ର କିଛି ବାଟ ଯିବା ପରେ ଗାଡ଼ିଟି ପ୍ରଖର ସ୍ରୋତରେ ଭାସି ଯାଉଛି । ଗାଡ଼ିଟିରେ ଡ୍ରାଇଭର ସହ ଅନ୍ୟଜଣେ ବ୍ୟକ୍ତି ବସିଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଛି ଲୋକ ଡ୍ରାଇଭରଙ୍କ ଏପରି ଗାଡ଼ିଚଳନାକୁ ଖୁବ୍ ନିନ୍ଦା କରୁଥିବା ମଧ୍ୟ ନଜିର ରହିଛି ।

Comments are closed.