www.samajalive.in
Wednesday, December 10, 2025
23.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ; ମଞ୍ଚରେ ନୃତ୍ୟ କରିବା ବେଳେ ଚାଲିଗଲା ଜୀବନ, ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡିଓ

ମତ୍ୟୁ ଗଣୁଛି ସମୟ । ଟିକ୍ ଟିକ୍ ଘଣ୍ଟା କଣ୍ଟାର କଣ୍ଟା ପରି ସରିଯାଉଛି ଆୟୁଷ ।  ଦୃଶ୍ୟଟି ଯେତିକି ମନୋରଞ୍ଜନ, ସେତିକି ହୃଦୟ ବିଦାରକ ମଧ୍ୟ । କାରଣ ମୃତ୍ୟୁ ବି ଆସେ ଏମିତି ।  ଗଣେଶଙ୍କ ପୂଜାମଣ୍ଡପରେ ହନୁମାନଙ୍କ ବେଶ ଧରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି ଏହି ବ୍ୟକ୍ତି । କଳାକାର ଜଣକଙ୍କ ନାଁ ହେଉଛି ରବି ଶର୍ମା । ଆଉ ଏହି ଦୃଶ୍ୟ ହେଉଛି ଉତ୍ତରପ୍ରଦେଶର ମେନପୁରୀ ଅଞ୍ଚଳର ।

ଗୀତର ତାଳେ ତାଳେ ନାଚୁଛନ୍ତି ବ୍ୟକ୍ତି ଜଣକ । ଏବଂ ଲୋକଙ୍କ ମନରୋଞ୍ଜନ ମଧ୍ୟ କରୁଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟରେ ମଜି ଯାଇଥିବା ଦେଖିବାକୁ ମିଳୁଛି ।  ହେଲେ ମାତ୍ର କିଛି ସମୟ ପରେ ସରିଯାଉଛି ସବୁକିଛି । ବ୍ୟକ୍ତି ଜଣକ ତଳେ ପଡ଼ି ଯାଉଛନ୍ତି । ଦର୍ଶକ ମାନେ କିନ୍ତୁ ଏହା ତାଙ୍କର ଅଭିନୟ ଭାବି ତାଳିମାରିଛନ୍ତି ।

- Advertisement -

ମାତ୍ର କିଛି ସମୟ ବିତିଯିବା ପରେ ରବି ସେଠାରୁ ନଉଠିବାରୁ କିଛି ଲୋକ ତାଙ୍କୁ ଉଠାଉଛନ୍ତି । ପରେ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ହେଲେ ସେତେବେଳକୁ ସରିଯାଇଥାଏ ସବୁକିଛି । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥାଆନ୍ତି । ଆଉ ଏହି ଖବର ଜଣିବା ପରେ ପୂଜା ମଣ୍ଡପ ଓ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଉଛି ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories