www.samajalive.in
Saturday, December 6, 2025
14.1 C
Bhubaneswar

ନେଫ୍ରୋଲୋଜି ବିଭାଗରେ ଖସିଲା ଛାତ: ଅଳ୍ପକେ ବର୍ତ୍ତିଲେ ରୋଗୀଙ୍କ ସମ୍ପର୍କୀୟ

ବୁର୍ଲା : ବର୍ତ୍ତମାନ ବେଶ୍ କିଛି ଦିନ ହେବ ବୁର୍ଲା ଭିମସାର ଯେପରି ଏକ ବିପଦପୂର୍ଣ୍ଣ ସ୍ଥାନ ହେବାକୁ ବସିଲାଣି। ଲଗାତାର ସିରିଜ ଭାବରେ ଅଘଟଣ ଘଟଣା ସମସ୍ତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ବୁର୍ଲା ମେଡ଼ିକାଲର ନେଫ୍ରୋଲୋଜି ବିଭାଗ କୁ ଯିବା ରାସ୍ତାରେ ରୋଗୀ ଏବଂ ସମ୍ପର୍କୀୟମାନେ ବସି ରହିଥିବା ସମୟରେ ହଠାତ୍ ଛାତର ଏକ ବିଶାଳ ଅଂଶ ଖସି ପଡିଥିଲା। ଏହା ତଳେ ରହିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଉପରେ ବିଶାଳ ଅତଡା ଖସିପଡିଥିଲା।  ଅନ୍ୟ ଜଣେ ସମ୍ପର୍କୀୟ ପାଟି କରିବାରୁ ଉପସ୍ଥିତ ଲୋକେ ତାଙ୍କୁ ରକ୍ଷା କରିଥି​‌ଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୂତାବକ ସମ୍ପର୍କୀୟ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଥିବାବେଳେ ନିକଟରେ ରହିଥିବା କିଛି ଲୋକ ମଧ୍ୟ ଏହି ଅଘଟଣ ରୁ ବର୍ତ୍ତି ଯାଇଛନ୍ତି। ଜଣେ ରୋଗୀଙ୍କ ସିଟି ସ୍କାନ ପରୀକ୍ଷା ଚାଲିଥିବା ସମୟରେ ହିଁ ସିଲିଂ ଅତଡା ଖସି ପଡିଥିଲା। ସେହି ଦିନଠାରୁ ସିଟି ସ୍କାନ ପରୀକ୍ଷା ବାଧାପ୍ରାପ୍ତ ହେବା ସହିତ ପୂର୍ଣ୍ଣ ମାତ୍ରାରେ ପରୀକ୍ଷା ମଧ୍ୟ ବନ୍ଦ ରହିଛି। କାରଣ ଉକ୍ତ କୋଠା ପାଣିରେ ସନ୍ତ ସନ୍ତିଆ ବାତାବରଣ ରହିବା ସହିତ ସିଟି ସ୍କାନ ମେସିନ ଉପରେ ମଧ୍ୟ ପାଣି ଝରୁଛି।  ସିଟି ସ୍କାନ ବନ୍ଦ ଥିବାରୁ  ରୋଗୀଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories